ନୂଆ ରୂପର ରାଜ-ସୁନାଖଳା ଫାଣ୍ଡି

0 213

ଦଶପଲ୍ଲା : ନୟାଗଡ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ରାଜସୁନାଖଳା ଫାଣ୍ଡିର ରୂପାନ୍ତରିତ ଗୃହ ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପୂର୍ବରୁ ଏହି ଫାଣ୍ଡି ଗୃହଟି ଅତ୍ୟନ୍ତ ଜରାଜୀର୍ଣ୍ଣ ଓ ପୁରାତନ ଘରେ ଚାଲିଥିଲା । ତେବେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ନିଜସ୍ୱ ହାତ ପାଣ୍ଠିରୁ ୪ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବାପରେ ଏହାର ପୁନଃ ନିର୍ମାଣ ହୋଇଥିଲା । ଏହି ଅବସରରେ ଉକ୍ତ ଗୃହର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ଶ୍ରୀ ପ୍ରଧାନଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହୀ, ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତିସଭ୍ୟ ତପନ ପ୍ରଧାନ, ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ମଦନ ସାହୁ, ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ଅଂଚଳର ବହୁ ବୁଦ୍ଧିଜୀବି ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

seven + 7 =