ବିଦ୍ୟାଳୟ ଓ ଅଙ୍ଗନବାଡ଼ିରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ମହିଳା ଜୀବିକା ସୁରକ୍ଷା ମଞ୍ଚର ଦାବିପତ୍ର

0 175

ଦଶପଲ୍ଲା : ଆଜି ମହିଳା ଜୀବିକା ସୁରକ୍ଷା ମଞ୍ଚର ଆବାହକ, ବିଶିଷ୍ଠ ସ୍ୱେଚ୍ଛାସେବୀ ତଥା ସାମ୍ବାଦିକ କୁନାକାନ୍ତ ବେହେରାଙ୍କ ନେତୃତ୍ୱରେ ବ୍ଲକ୍‌ କାର୍ଯ୍ୟାଳୟରେ ଏବିଡିଓ ସତ୍ୟନାରାୟଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ସଂଗଠନ ପକ୍ଷରୁ ଦଶପଲ୍ଲା ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ବିଶେଷକରି ସମସ୍ତ ଅଙ୍ଗନବାଡ଼ିଗୁଡ଼ିକରେ ସ୍ଥାୟୀ ଭିତ୍ତିଭୂମିର ଅଭାବ ସହ ନାନା ଅନିୟମିତା, ସମସ୍ତ ସରକାରୀ ବିଦ୍ୟାଳୟଗୁଡ଼ିକରେ ସ୍ଥାୟୀ ଭିତ୍ତିଭୂମି ତଥା ଶିକ୍ଷକ, ଶିକ୍ଷୟିତ୍ରୀ ଅଭାବ, ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରାଇବା ଏବଂ ‘ଘରଦ୍ୱାରରେ ପୋଷଣ ଯୋଜନା’ ଜରିଆରେ ସମସ୍ତ ପରିବାରକୁ ପନିପରିବା ବିହନ ଯୋଗାଇ ଦେବାସହ ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ନଳକୂପ ସ୍ଥାପନ, ଖରାପ ଉତ୍ସଗୁଡ଼ିକର ମରାମତି ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ମହିଳା ଜୀବିକା ସୁରକ୍ଷା ମଞ୍ଚର ସଭାନେତ୍ରୀ ବିଳାସ କହଁରଙ୍କ ସମେତ ସୁଷମା ନାୟକ, ବୁଲୁ ଭୋଇ, ଅନିତା ନାୟକ, ସୁରେନ୍ଦ୍ର ମଲିକ,ଗୋଲାପ ମଳିକ, ସୁକୁମାରୀ ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

7 − four =