ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ, ନିର୍ବାଚିତ ସରକାର ହାତରେ ହିଁ ମୁଖ୍ୟ କ୍ଷମତା ରହିବ

0 60

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନା ଉପ-ରାଜ୍ୟପାଳ । ଦିଲ୍ଲୀର ଅସଲି ବସ୍ କିଏ ? ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ତେନୃତ୍ବାଧୀନ ୫ଜଣିଆ ଖଣ୍ଡପୀଠ ମାମଲାର ରାୟ ପ୍ରକାଶ କରିଛନ୍ତି । ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାଶାସନିକ ଅଧିକାରୀକୁ ନେଇ ଆସିଛି ସୁପ୍ରିମ ରାୟ । ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ ହୋଇଛି ।

 ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ ହୋଇଛି । ନିର୍ବାଚିତ ସରକାର ହିଁ ମୁଖ୍ୟ କ୍ଷମତା କେନ୍ଦ୍ର ବୋଲି ସୁପ୍ରିମକୋର୍ଟ କହିଛନ୍ତି । ନିର୍ବାଚିତ ସରକାର ହାତରେ ହିଁ ମୁଖ୍ୟ କ୍ଷମତା ରହିବ । ପ୍ରଧାନବିଚାରପତିଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

hiring

କୋର୍ଟଙ୍କ କହିବା ଅନୁଯାୟୀ ଅଫିସରମାନେ ମନ୍ତ୍ରୀଙ୍କ ପାଖରେ ଉତ୍ତରଦାୟୀ ରହିବେ । ଅଫିସର ମନ୍ତ୍ରୀଙ୍କ ପାଖରେ ଉତ୍ତରଦାୟୀ ନରହିଲେ ସନ୍ତୁଳନ ବିଗିଡ଼ିଯିବ ।  କେନ୍ଦ୍ର ହାତରେ ଆଇନଶୃଙ୍ଖଳା ଓ ରାଜ୍ୟ ହାତରେ ଟ୍ରାନ୍ସଫର କ୍ଷମତା ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ପ୍ରାଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ଟ୍ରାନ୍ସଫର କରିବା କ୍ଷମତା ଦିଲ୍ଲୀ ସରକାରଙ୍କ ଅଧିକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ମୁଖ୍ୟ ବିଚାରପତି କହିଛନ୍ତି ଯେ, ନିର୍ବାଚିତ ସରକାରକୁ ପ୍ରଶାସନ ଚଳାଇବାର କ୍ଷମତା ମିଳିବା ଦରକାର । ଯଦି ଏହା ହେବ ନାହିଁ ତେବେ ସଂଘୀୟ ଢାଞ୍ଚା ଉପରେ ଏହାର ପ୍ରଭାବ ପଡିବ । ଯେଉଁ ଅଧିକାରୀମାନେ ଯେଉଁ ଦାୟୀତ୍ୱ ପାଇଁ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ମନ୍ତ୍ରୀମାନଙ୍କର କଥା ଶୁଣିବାକୁ ପଡିବ । ଯଦି ଏହା ହେବ ନାହିଁ ତେବେ ବ୍ୟବସ୍ଥା ଭିତରେ ବହୁତ ବଡ ଫାଟ ଦେଖିବାକୁ ମିଳିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି । ଯଦି ନିର୍ବାଚିତ ସରକାରଙ୍କ ପାଖରେ ପ୍ରଶାସନିକ ନିୟନ୍ତ୍ରଣର କ୍ଷମତା ନରହିବ ତେବେ ଅଧିକାରୀଙ୍କ ସହିତ ଜଡିତ କୌଣସି ମାମଲାରେ ଜବାବଦେହୀ କରାଯାଇପାରିବ ନାହିଁ ।

hiranchal ad1
Leave A Reply

Your email address will not be published.

ten + seventeen =