ପୁଣି ସକ୍ରିୟ ହେଲେ ଲାଲ ବାହିନୀ : ଘରୁ ଡାକି ନେଇ ଗୁଳି କରି ହତ୍ୟା

0 77

ଫୁଲବାଣୀ :କିଛି ଦିନ ବ୍ୟବଧାନ ପରେ ପୁଣି ସକ୍ରିୟ ହେଲେ ଲାଲ ବାହିନୀ । ଗତ କାଲି ରାତି ୯ ଟା ସମୟରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଘରୁ ଡ଼ାକିନେଇ ଗୁଳି କରି ହତ୍ୟା କରିଛନ୍ତି ମାଓ ବାଦୀ । ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମର ବନ୍ଦ ପଞ୍ଚାୟତ ସାଉଲ୍‌ ପଡ଼ା ଠାରେ ସୁବଳ କହଁର ଘରେ ଥିବା ସମୟରେ ତିନିଜଣ ମାଓବାଦୀ ଘରୁ ଡାକି ନେଇ ସୁବଳଙ୍କ ଘରଠାରୁ ୨୦୦ ମିରର ଦୂରରେ ପାଞ୍ଚ ରାଉଣ୍ଡ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି । ସୁବଳ କହଁର ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣା ପଡିଛି । କେଉଁ କାରଣ ଯୋଗୁଁ ଏହି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ବର୍ତ୍ତମାନ ସେହି ଗ୍ରାମ ଜନ ଶୂନ୍ୟ ହୋଇ ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାହିଁ ।

hiranchal ad1
Leave A Reply

Your email address will not be published.

2 × four =