ଆଶା କର୍ମୀଙ୍କ ୭ଦଫା ଦାବି ନେଇ ରାଲି

0 50

ଗଞ୍ଜାମ: ପୁରୁଷୋତ୍ତମପୁର ବ୍ଲକ ଭାଟ କୁମରଡ଼ାରେ ଆଶା କର୍ମୀଙ୍କ ୭ଦଫା ଦାବି ନେଇ ସଙ୍ଘର ସଭାପତି ରାଜ ଲକ୍ଷ୍ମୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ରାଲି ଓ ଆନ୍ଦୋଳନ କରାଯାଇଛି । ପୁରୁଷୋତ୍ତମପୁର ବ୍ଳକରେରେ ୭ଦଫା ଦାବି ନେଇ ଏକ ରାଲି କାଳୀ ମନ୍ଦିର ଛକଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ପରେ ପୁରୁଷୋତ୍ତମପୁର ଏରିଆ ହସ୍ପିଟାଲ ଓ ଭାଟ କୁମାରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ୭ଦଫା ଦାବି ସମ୍ବଳିତ ପତ୍ର ମେଡିକାଲ ଇନଚାର୍ଜଙ୍କୁ ପ୍ରଦାନ କରିଥିଲେ । ଗତ ମାସ ୨୯ ତାରିଖରୁ ରାଜ୍ୟରେ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ରାଜ୍ୟ ଆଶା କର୍ମୀ କର୍ମଚାରୀ ସଙ୍ଘ ଭୁବନେଶ୍ୱରରେ ଆନ୍ଦୋଳନରେ ବସିଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବାର ଦେଖା ଦେଇଛି । ଯାହା ଦ୍ୱାରା ରାଜ୍ୟ ସଂଘର ନିର୍ଦ୍ଦେଶରେ ଆଶାକର୍ମୀ ସଙ୍ଘ ପ୍ରତିବ୍ଲକ ଓ ସବଡ଼ିଭିଜନର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ୭ଦଫା ଦାବିନେଇ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ମଧ୍ୟରେ ସ୍ଥାୟୀ ଚାକିରୀ, ସର୍ବନିମ୍ନ ଦରମା ୧୮ହଜାର, ରିଟାୟାର୍ଡ଼ ପରେ ମାସିକ ୫ହଜାର ପେନସନ, ଅବସର ପରେ ୫ଲକ୍ଷ ଟଙ୍କା ପ୍ରଦାନ, ଏବଂ କାର୍ଯ୍ୟ ସମୟରେ ମୃତ୍ୟୁ ବରଣ କଲେ ୫ଲକ୍ଷ ଟଙ୍କା ପ୍ରଦାନ ଏହିପରି ୭ଦଫା ଦାବି ରହିଛି । ଏହି ରାଲିରେ ଜିଲ୍ଲା ସଭାପତି ରେଣୁବାଳା ସାହୁ, ସମ୍ପାଦିକା ପ୍ରମୋଦିନୀ ଦୋରା, ବାସନ୍ତୀ ସାହୁ, ଗୀତାଞ୍ଜଳୀ ପାତ୍ର, ପ୍ରମୋଦିନୀ ସ୍ୱାଇଁ, ସୁରମା ମହାପାତ୍ର, ବିଷ୍ଣୁ ପ୍ରିୟା ପାଢ଼ୀ ପ୍ରମୁଖଙ୍କ ସହିତ ଅନ୍ୟ ଆଶା କର୍ମୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five + fifteen =