ଏବେ ବାତ୍ୟା ଭୟ ନାହିଁ, ସ୍ପଷ୍ଟ କଲା ପାଣିପାଗ ବିଭାଗ

0 68

ଭୁବନେଶ୍ୱର:  ଏବେ ବାତ୍ୟା ଆସୁଥିବା ଖବରକୁ ଖଣ୍ଡନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ।

hiring

ଏନେଇ ସେ କହିଛନ୍ତି, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇନି। କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଗତ ଗୁରୁବାରଠାରୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଥିବା ବେଳେ କେବେ ଓ କେଉଁଠି ସୃଷ୍ଟି ହେବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନି। ଏହାବାଦ ଘୂର୍ଣ୍ଣିବଳୟର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ବି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇ ନାହିଁ।

ସୂଚନାଯୋଗ୍ୟ, ଆସନ୍ତା ୨୨ରେ ସମ୍ଭାବ୍ୟ ବାତ୍ୟା ‘ସିତରଙ୍ଗ’ ଆସୁଥିବା ନେଇ ବିଭିନ୍ନ ମଡେଲ ଆଧାରରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଭାରତୀୟ ପାଣିପାଗ  ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। କେବଳ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ହେଲେ ତାହାର ପ୍ରଭାବ ଓ ରୂପରେଖ କିପରି ରହିବ ୧୪ ପରେ ହିଁ ତାହାକୁ ଆକଳନ କରାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

hiranchal ad1
Leave A Reply

Your email address will not be published.

five × four =