ସମବାୟ ବ୍ୟାଙ୍କ ସେବା ଓ କୃଷି ଋଣ କର୍ମଶାଳା ଆୟୋଜିତ

0 61

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ସମବାୟ ସମିତି ପରିସରରେ ବାଲିଗୁଡା ସମବାୟ ସମିତି ସମୁହର ତିନୋଟି ପଞ୍ଚାୟତ ରେବିଙ୍ଗିଆ, ବାରଖମା, ସୁଡ୍ରାର ମହିଳା/ପୁରୁଷ ଓ ଚାଷୀ ସମୁହକୁ ନେଇ ସମବାୟ ବ୍ୟାଙ୍କ ସେବା ଓ କୃଷିଋଣ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବୌଦ୍ଧ ବ୍ୟାଙ୍କ ଶାଖା ପରିଚାଳକ ଅନୁପମ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମବାୟ ସମିତି ସମୁହ ନିରୀକ୍ଷକ ସତ୍ୟବ୍ରତ ସାହୁ, ସୁଡ୍ରା ସମବାୟ ସମିତି ଏମ୍‌, ଡି ଶ୍ୟାମଳ କୁମାର ବେହେରା, ସୁଡ୍ରା ସମବାୟ ସମିତି ସଭାପତି ସାମିଆ ମଲ୍ଲିକ, ରେବିଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଲ୍ଲିକ ପ୍ରମ୍ମୁଖ ଯୋଗ ଦେଇଥିଲେ । ଲ୍ୟମ୍ପ ଏମ୍‌ଡି ଶ୍ରୀ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସମବାୟ ସମୂହ ନିରୀକ୍ଷକ ଶ୍ରୀ ସାହୁ ଚାଷୀ ନାମ ପଞ୍ଜିକରଣ କଲେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନର ସୁବିଧା ମିଳିବା ସହ ଋଣ ନିୟମିତ ପରିଶୋଧ କଲେ ଏଭଳି ସୁବିଧା ମିଳିବା ନେଇ ଉପସ୍ଥିତ ଅତିଥିମାନେ ଚାଷୀ ଭାଇ/ଭଉଣୀମାନଙ୍କୁ ବୁଝାଇଥିଲେ । ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ସମବାୟ ପରିସରରେ ଅନୁଷ୍ଠିତ କରିବା ସହ ସରକାରଙ୍କ ଚାଷୀ ମାନଙ୍କ ପାଇଁ ଆସୁଥିବା ସମସ୍ତ ପ୍ରକାର ସୁବିଧା ସମ୍ପର୍କରେ ସଚେତନ କରିବା ସହ ଏ ସମସ୍ତ ପ୍ରକାର ସୁବିଧାର ସୁଯୋଗ ନେବା ସହ ପ୍ରତ୍ୟେକ ଅଞ୍ଚଳରେ ଏହିଭଳି କର୍ମଶାଳା କରାଯିବ ବୋଲି ସ୍ଥାନୀୟ ବୌଦ୍ଧ ବ୍ୟାଙ୍କ ପରିଚାଳକ ଅନୁପମ ବେହେରା ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

7 + 16 =