ସିନାପାଲିଠାରେ ଏସଏଚଜି ମହିଳାଙ୍କ ଦକ୍ଷତା ବିକାଶ ପାଇଁ ଟେଲରିଂ ୟୁନିଟ ଉଦଘାଟିତ

0 45

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ସ୍ଥାନୀୟ ଜ୍ୟୋତିର୍ମୟୀ ମିଶନ ଶକ୍ତି ମହାସଂଘ ଆନୁକୂଲ୍ୟରେ ଏକ ଟେଲରିଂ ୟୁନିଟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ଓ ନୂଆପଡା ଆରକ୍ଷୀ ଅଧିକ୍ଷକ କୁଣ୍ଡୁଳା ରେଡି ରାଘବେନ୍ଦ୍ର ଉପସ୍ଥିତ ରହି ଉକ୍ତ ୟୁନିଟକୁ ଶୁଭ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଶ୍ରୀରାଘବେନ୍ଦ୍ର, ସିନାପାଲି ବିଡ଼ିଓ ସର୍ବେଶ୍ୱର ଜାଲ, ଡ଼ିପିଇଓ ବିବେକାନନ୍ଦ ମହାନନ୍ଦ, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିଭେଲା, ଜିଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ସଦର ସରପଞ୍ଚ ସୁନିତା ମେହେର, ବିପିଏମ ଶରତ ଚନ୍ଦ୍ର ଦୀପ, ଡ଼ିପିଏମ ଟିମନ ବାରା, ମିଶନ ଶକ୍ତି ବିଟିସି ବିଜୟ କୁମାର ଭିତରିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉଦଘାଟିତ ୟୁନିଟ ମାଧ୍ୟମରେ ଏସଏଚଜି ମହିଳା ଟେଲରିଂ ପ୍ରଶିକ୍ଷଣ ନେଇ ଆତ୍ମ ନିର୍ଭରଶୀଳ ହେବା ସହ ପୋଷାକ ତିଆରି କରି ରୋଜଗାରକ୍ଷମ ହୋଇପାରିବେ । ଏନେଇ ଉନ୍ନତ ମାନର ଅତ୍ୟାଧୁନିକ ଟେଲରିଙ୍ଗ ମେସିନର ବ୍ୟବସ୍ଥା କରାଯାଇଛି । ମିଶନ ଶକ୍ତି ତରଫରୁ ଏଭଳି ପଦକ୍ଷେପ ନିଆଯାଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସିନାପାଲି ଅନ୍ତର୍ଗତ ମହିଳା ମିଶନ ଶକ୍ତି ମହାସଂଘର ସମସ୍ତ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + sixteen =