ଉଦଯାପିତ ହେଲା ଖୁଣ୍ଟିଆ ଐତିହାସିକ ବାଲିଯାତ୍ରା

0 63

ନନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ସଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଉଛି ଐତିହାସିକ ବାଲିଯାତ୍ରା । ଖୁଣ୍ଟିଆ ଓ କଂସାରୀ ଗୁଡାର ମିଳିତ ଆନୁକୁଲ୍ୟରେ ହୋଇଥାଏ ଏହି ପାରମ୍ପରିକ ବାଲିଯାତ୍ରା । ବାର ବର୍ଷକୁ ଥରେ ଏହି ଗ୍ରାମରେ ପାଳନ କରା ଯାଇଥାଏ ଏହି ପର୍ବ । ଫସଲ, ଜନସାଧାରଣ ତଥା ଗୃହପାଳିତ ସମସ୍ତ ପଶୁ ପକ୍ଷୀଙ୍କ ସୁସ୍ଥ ଜୀବନ ଜୀବିକା ପାଇଁ ଏହି ଯାତ୍ରା ପାଳନ ପାଇଁ ଲୋକଙ୍କ ଆସ୍ଥା ରହିଆସିଛି । ଦୀର୍ଘ ତିନି ମାସ ଧରି ଏହା ବାଲିଯାତ୍ରା ଆରମ୍ଭ ହୋଇ ଆଜି ମହାସମାରୋହରେ ସମାପ୍ତ ହୋଇଯାଇଛି । ଗତ ୩୧ ତାରିଖରେ ନୂତନ ଚାଙ୍ଗୁଡ଼ିରେ ବାଲି ସଂଗ୍ରହ କରି ବିହନ ବୁଣି ନଅ ଦିନ ଗୁରୁମାଇନି ଦ୍ୱାରା ପ୍ରତିଦିନ ପୂଜା ପାଠ କରାଯାଉଥିଲା । ବିହନ ଗଜାକୁ ନିତି ହଳଦିପାଣି ସିଞ୍ଚନ କରାଯାଉଥିଲା । ମୁଖ୍ୟ ପୂଜକ ଭାବେ ମାଧବ ପୂଜାରୀ କାର୍ଯ୍ୟ ସମ୍ପାଦନ କରିଥିଲେ । ମନୋରଞ୍ଜନ ପାଇଁ ରାତ୍ରରେ ତିନିଗୋଟି ନାଟକ ମଞ୍ଚସ୍ଥ ହୋଇଥିଲା । ଆଜିର ଶୋଭାଯାତ୍ରାରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ସାଂସଦ ତଥା ଆଦିବାସୀ ବିକାଶ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ, ବ୍ଲକ୍‌ ଅଧ୍ୟକ୍ଷା ରଶ୍ମିତା ମାଝୀ, ଉପାଧ୍ୟକ୍ଷ ସଦନ ଗୌଡ଼, ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା ଓ ଅରୁଣ କୁମାର ମିଶ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ନନ୍ଦାହାଣ୍ଡି ଲ୍ୟାମ୍ପସ ସଭାପତି ଲକ୍ଷ୍ମୀ ନାରାୟଣ ମାଝୀ, ଧଣ୍ଡରା ସରପଞ୍ଚ ଚଇତି ଜାନୀ, ଦହଣା ସରପଞ୍ଚ କମଳା ପୂଜାରୀ, ଝାଡବନ୍ଧଗୁଡା ସରପଞ୍ଚ ବିଭୀଷଣ ସୌରା ସମେତ ଅଞ୍ଚଳର ଅନେକ ଲୋକ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ସ୍ଥାନୀୟ ପରିଚାଳନା କମିଟି ସଭାପତି ତଥା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ସନ୍ନ୍ୟାସୀ ସୌରା ତଥା ଅନ୍ୟ ସଦସ୍ୟ ଭାବେ ପଦଲାମ ନାୟକ, ଲକ୍ଷ୍ମଣ ନାୟକ, ଲାବାନ୍ୟ ସୌରା, ଗଣେଶ ପାଇକ, ପତି ହରିଜନ, ଗଙ୍ଗାଧର ଅମନାତ୍ୟ, ରାଜୁ ସୌରା ଓ ବୁଟୁ ପାଇକ ପ୍ରମୁଖ ଯାତ୍ରାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four + 6 =