ପିଜୁଳି ଚାଷ କରି ଲାଭବାନ ହେଲେ ମୋହନ ପାତ୍ର

0 193

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମ ପଞ୍ଚାୟତର ମଧୁସୂଦନପୁର ଗ୍ରାମରେ ପିଜୁଳି ଚାଷ କରି ବର୍ଷକୁ ୪ ରୁ ୫ ଲକ୍ଷ ଟଙ୍କା ରୋଜଗାରକ୍ଷମ ହୋଇପାରୁଥିବାର ଜଣାପଡିଛି । ଏହି ପିଜୁଳି ପ୍ଲାଣ୍ଟେସନ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇଥିବାର ଜଣାପଡିଛି । ତା ସହିତ କଲମୀକରଣ କରି ଚାରା ଉତ୍ପାଦନ କରି ଦୁଇ ପଇସା ରୋଜଗାର ମଧ୍ୟ କରିପାରୁଛନ୍ତି । ଆଗାମୀ ଦିନରେ ନର୍ସରୀ କରିବାର ଇଚ୍ଛା ପ୍ରକାଶ କରିଛନ୍ତି । ଏହି ପିଜୁଳି ପ୍ଲାଣ୍ଟେସନକୁ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି । ଏହି ପରିଦର୍ଶନ ସମୟରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଉଦ୍ୟାନ ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ.ତିରୁପତି ରାଓ, ସହକାରୀ ଉଦ୍ୟାନ ଅଧିକାରିଣୀ, ସହକାରୀ କୃଷି ଅଧିକାରୀ ସୁରଜ କୁମାର ପାତ୍ର ପ୍ରମୁଖ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

19 − ten =