ଟାଟା ପାୱାର୍‌ର ମନମାନି, ଉପଭୋକ୍ତା ହନ୍ତସନ୍ତ

0 87

ଦଶପଲ୍ଲା : ନୟାଗଡ ଜିଲ୍ଲାର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ବିଭିନ୍ନ ଆଳ ଦେଖାଇ ଟାଟା ପାୱାର ଗ୍ରାହକଙ୍କୁ ଶୋଷଣ କରୁଛି । ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ନୟାଗଡ ଜିଲ୍ଲାର ବିଦ୍ୟୁତ୍‌ ଉପଭୋକ୍ତାମାନେ । ଗତ ରବିବାର ଦିନ ରକ୍ଷଣାବେକ୍ଷଣ ପାଇଁ ରବିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବାକୁ ଘୋଷଣା କରାଯାଇଥିଲା । ହେଲେ ୧୨ ଘଣ୍ଟା ପରେ ମଧ୍ୟ ବିଜୁଳି ସରବରାହ କାର୍ଯ୍ୟକ୍ଷମ ହୋଇନଥିବାରୁ ଉପଭୋକ୍ତାମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଟାଟା ପାୱାର କର୍ମଚାରୀଙ୍କ ଏପରି ଦାୟିତ୍ୱହୀନତା କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ରବିବାର ନୟାଗଡ ଜିଲ୍ଲା ସଦର ମହକୁମା ସମେତ ଦଶପଲ୍ଲା, ଗଣିଆଁ, ଖଣ୍ଡପଡା, ଭାପୁର ଏବଂ ଓଡଗାଁ ଆଦି ଅଞ୍ଚଳ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରେ ରହିଥିଲା । ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁଁ ରୋଗୀ ସେବା, ଇଣ୍ଟରନେଟ ସେବା ପ୍ରଭାବିତ ହେବା ସହ ଅନେକ ପରିବାର ପାନୀୟ ଜଳର ଘୋର ଅସୁବିଧା ଭୋଗିଥିଲେ । ବାରମ୍ବାର ଏଭଳି ଘୋଷିତ ଓ ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ,ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବାବେଳେଏହି ଅସନ୍ତୋଷ କେତେବେଳେ ଯେ,ବିସ୍ଫୋରକ ମୋଡ ନ ନେବ ତାହା କହିହେଉନାହିଁ ।

hiranchal ad1
Leave A Reply

Your email address will not be published.

four × 4 =