ଅଧୁରା ରହିଲା ଶିବଙ୍କ ଦର୍ଶନ : ବସଧକ୍କାରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ୱାମୀ ଗୁରୁତର

0 132

ସୁବର୍ଣ୍ଣପୁର: ଜିଲ୍ଲାର ୫୭ନମ୍ବର ଜାତୀୟ ରାଜପଥ କଲାପଥର ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟି ସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାଭଳି ଏକ ଦୁଃଖଦପୂର୍ଣ୍ଣ ଘଟଣା ଘଟଛି । ସକାଳୁ ସକାଳୁ ମହାପ୍ରଭୁ ଶିବଙ୍କ ଦର୍ଶନ ପାଇଁ ବଲାଙ୍ଗୀରର ଖୁଜେନପାଲି ଗ୍ରାମରୁ ବାଇକ୍‌ରେ ସୋନପୁର ପଟକୁ ଆସୁଥିବା ବେଳେ ବାଇକ୍‌କୁ ଧକ୍କା ଦେଇଥିଲା ଏକ ବସ, ଯେଉଁଥିରେ କି ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଛନ୍ତି । ମୃତକ ହେଲେ ଖୁଜେନପାଲିର ପୁଷ୍ପାଞ୍ଜଳୀ ବାଘ, ଉଭୟ ସ୍ୱାମୀ ସ୍ତ୍ରୀ ନିଜ ଗାଁରୁ ସୋନପୁର ନିକଟସ୍ଥ ଗତରକେଲା ଶିବମନ୍ଦିରକୁ ଶିବଦର୍ଶନ ପାଇଁ ଏକ ବାଇକରେ ଆସୁଥିଲେ । କିନ୍ତୁ କଳାପଥର ଛକ ପାଖର ବୁଲାଣି ରାସ୍ତାରେ ବଲାଙ୍ଗିର ପଟରୁ ଆସୁଥିବା ଏକ ଘରୋଇ ବସ୍‌ ଏମାନଙ୍କୁ ଧକ୍କା ଦେଇଥିଲା । ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଦମକଳ ବାହିନୀ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଗୀତାଞ୍ଜଳିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ସ୍ୱାମୀ ଗିରିଧାରୀ ବାଘ୍‌ ଗୁରୁତର ଥିବାରୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ୫୭ନଂ ରାଜପଥରେ ବାରମ୍ବାର ଏପରି ଘଟଣା ଘଟୁଥିବା ଯୋଗୁଁ ଦୃତଗତିରେ ଗାଡ଼ି ଚାଳନା ହିଁ ଏହାର ପ୍ରମୁଖ କାରଣ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୁତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

12 + one =