ନବରଙ୍ଗପୁର ପୌରାଧ୍ୟକ୍ଷ ଭାବେ କୁନୁ ନାୟକଙ୍କ ଦାୟିତ୍ୱ ଗ୍ରହଣ

0 139

ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକାର ନୂତନ ଅଧ୍ୟକ୍ଷ ଭାବେ ଭାରତୀୟ ଜନତା ପାର୍ଟିର ବିଜୟୀ ପ୍ରାର୍ଥୀ କୁନୁ ନାୟକ ପଦ ଭାର ସମ୍ଭାଳିଛନ୍ତି । ବୁଧବାର ଦିନ ସ୍ଥାନୀୟ ଚାଉଁରିଆଗୁଡ଼ା ଠାରେ ଥିବା ବିଜେପି କାର୍ଯ୍ୟାଳୟ ଠାରୁ ବାଜା ବାଜଣା ନାଚ ଗୀତ ସହ ବିରାଟ ଶୋଭଯାତ୍ରାରେ ପୌର କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ସହ ପହଞ୍ଚି ପୂର୍ବାହ୍ନ ସାଢେ଼ ଏଗାରଟାରେ କୁନୁ ନାୟକ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ନବରଙ୍ଗପୁର ସବ କଲେକ୍ଟର ତଥା ପୌରପାଳିକା ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଶ୍ରୀ ନାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ହିନ୍ଦୁ ଧର୍ମ ରୀତି ନୀତି ଅନୁଯାୟୀ ପୂଜା ପାଠ କରି କୁନୁ ନାୟକ ଆସନ ଗ୍ରହଣ କରିଥିଲେ । ଗଣମାଧ୍ୟମଙ୍କୁ ବିବୃତି ପ୍ରଦାନ କରି ସହରବାସୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଜାରି କରାଯାଇଥିବା ସଂକଳ୍ପ ପତ୍ରକୁ ଯଥା ଶୀଘ୍ର ପୂରଣ କରିବେ ବୋଲି ସୂଚନା ଦେଇଥିଲେ । ତାଙ୍କର ଦାୟିତ୍ୱ ଗ୍ରହଣ ଅବସରରେ ବିଜେପି ଜିଲ୍ଳା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

seventeen − sixteen =