ପୁନିତ ସାଗର ମହା ଅଭିଯାନରେ ସାମିଲ ହେଲେ ସୋନପୁର କଲେଜ ଏନସିସି ବିଦ୍ୟାର୍ଥୀ ଓ ସ୍ୱେଚ୍ଛାସେବୀ

0 57

ସୁବର୍ଣ୍ଣପୁର : ଆଜି ଜାତୀୟ ପୁନିତ ସାଗର ଅଭିଯାନ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାର ତ୍ରିବେଣୀ ସଙ୍ଗମରେ ଥିବା ବହୁ ପୁରାତନ ଶୈବ ପୀଠ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ, ଗାଧୁଆ ଘାଟ ତଥା ପର୍ଯ୍ୟଟନକୁ ଆକର୍ଷିତ କରୁଥିବା ବେଢ଼ା, ଶ୍ମଶାନ ରାସ୍ତା ପ୍ରମୁଖ ସଫା କରାଯାଇଛି । ଏହି ଜଳ ଉତ୍ସ ତଥା ସମଗ୍ର ପରିବେଶର ସୁରକ୍ଷା ପୁନିତ ସାଗର ଅଭିଯାନରେ ରାମେଶ୍ୱର ନଦୀକୂଳ ଠାରେ ଏକଜୁଟ ହେଲେ ଶତାଧିକ ଛାତ୍ର ଛାତ୍ରୀ । ସୋନପୁର କଲେଜ ଏନସିସି କେଡେଟଙ୍କ ସମେତ ମହାରାଜା ହାଇସ୍କୁଲର କିଛି କେଡେଟ ଓ ସ୍ୱଚ୍ଛ ଭାରତର କିଛି ସ୍ୱେଚ୍ଛାସେବୀ ଏଥିରେ ସାମିଲ ଥିଲେ । ଏ ଅଭିଯାନକୁ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଶୁଭାରମ୍ଭ କରି ସ୍ୱଚ୍ଛତା ଯେଉଁଠି ଭଗବାନ ସେଇଠି ବାସ କରନ୍ତି ବୋଲି ମତ ରଖି ପରିବେଶକୁ ଉପଭୋଗ କରିବା ଠାରୁ ଅଧିକ ଉପଯୋଗ କରିବା ଜରୁରୀ ବୋଲି କହିଥିଲେ । ବାୟୁ,ଅଗ୍ନି,ଆକାଶ ପରି ସମଗ୍ର ପଞ୍ଚଭୁତକୁ ଶୁଦ୍ଧ ରଖିବା ଓ ଏକ ସୁସ୍ଥ ସମାଜ ପାଇଁ ଗାଁ ଗାଁରେ ଏ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ହେବ । କିନ୍ତୁ ଏଥିପାଇଁ ପ୍ରଶାସନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଜନ ସାଧାରଣଙ୍କ ଦୃଢ଼ ଇଚ୍ଛା ଶକ୍ତି ଓ ମିଳିତ ପ୍ରୟାସ ଜରୁରୀ ବୋଲି ଶ୍ରୀ ଦାଶ କହିଥିଲେ । ସାରା ଦେଶରେ ଦିନକୁ ଦିନ ଜଳ ପ୍ରଦୂଷଣ ଓ ପ୍ଲାଷ୍ଟିକର ବ୍ୟବହାର ବଢୁଥିବାରୁ ଏହାକୁ ନିୟନ୍ତ୍ରଣ ଏବଂ ଦେଶରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏନସିସି ଗୃହ ବିଭାଗ ଡାଇରେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶରେ ଏ ମହତ୍‌ କାର୍ଯ୍ୟ ଆଜି ସାରା ଦେଶର ନଦୀ ଓ ସମୁଦ୍ର କୁଳ ମାନଙ୍କରେ ଚାଲିଛି ବୋଲି କମାଣ୍ଡିଂ ଅଫିସର ରଂଜନ ଚକ୍ରବର୍ତ୍ତୀ କହିଛନ୍ତି । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ, ଡାକ୍ତର ଆଭାସ ବାବୁ, ପୋଲିସ ଆର ଆଇ ପ୍ରଦ୍ୟୁମ୍ନ କୁମାର ପଟେଲ ଯୋଗ ଦେଇ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । ଏନସିସି ଲେଫ୍ଟନେଣ୍ଟ ଆଶିଷ ଅଗ୍ରୱାଲ ଏ ସଭାକୁ ସଂଯୋଜନା କରି ଅତିଥିଙ୍କୁ ସମ୍ବର୍ଦ୍ଧିତ କରି ଥିବା ବେଳେ ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ରକ୍ତଦାତା ସଂଘର ଉଦ୍ୟୋକ୍ତା ମନୋଜ ପଣ୍ଡା, ମହାରାଜକ୍ଷ ହାଇସ୍କୁଲ ଏନସିସି ଶିକ୍ଷକ ଆଶିଷ ରଥ, ସ୍ୱଚ୍ଛ ଭାରତ ବରିଷ୍ଠ ସଭ୍ୟ ଗରିବ ଲୋଇ, ପ୍ରମୋଦ ସାହୁ ଓ ନାରାୟଣ ରଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

6 + ten =