ପଞ୍ଚମ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା

0 64

ଦଶପଲ୍ଲା : ଦିନକୁ ଦିନ କଠୋର ହେଉଛନ୍ତି ଆନ୍ଦୋଳନକାରୀ । ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚାୟତର ବୁଗୁଡା କଲୋନୀ ଗ୍ରାମର ଶହେ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଆଦ୍ୟାବଧି ପ୍ରଶାସନ କିମ୍ବା ସ୍ୱତନ୍ତ୍ର ଭୂ -ଅର୍ଜନ ଅଧିକାରୀ ନୟାଗଡ଼ଙ୍କ ତରଫରୁ ଗ୍ରାମବାସୀଙ୍କୁ କ୍ଷତି ହେଉଥିବା ଜମିର ପରିମାଣ ଓ କ୍ଷତିପୂରଣ ବାବଦରେ ଲିଖିତ ଭାବରେ ଅବଗତ କରାନଯିବା ପ୍ରତିବାଦରେ ତା ୦୫ – ୦୪ – ୨୦୨୨ ରିଖ ଠାରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜି ପଂଚମ ଦିବସରେ ପହଞ୍ଚିଛି । ଗ୍ରାମର ଶତାଧିକ ପୁରୁଷ ଓ ମହିଳା ନିଜ ଭିଟାମାଟିର ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ଦାବିକରି, ରେଳପଥ ଯାଉଥିବା ସ୍ଥାନରେ ଛାମୁଣ୍ଡିଆ କରି ବସିରହିଥିବା ବେଳେ, ଆଦ୍ୟାବଧି କୌଣସି ପ୍ରଶାସନିକ ପଦାଧିକାରୀ ଧାରଣା ସ୍ଥଳରେ ପହଞ୍ଚି ନାହାଁନ୍ତି । ଆନ୍ଦୋଳନକାରୀମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ପ୍ରଶାସନ ଯେତେ କଠୋର ପଦକ୍ଷେପ ନେଲେବି, ଆମକୁ ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଆମର ଏ ଗଣଧାରଣା ଜାରିରହିବ । ଗତକାଲିଠାରୁ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରୁ ୫୭ ନଂ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ଗ୍ରାମବାସୀମାନେ ବାଡ଼ ପକାଇବା ଆରମ୍ଭ କରିଛନ୍ତି । ପ୍ରଶାସନ ଆମ କଥା ନ ଶୁଣିଲେ, ଦରକାର ପଡ଼ିଲେ ସରକାରଙ୍କ ସହିତ ରକ୍ତାକ୍ତ ସଂଘର୍ଷ କରି ପ୍ରାଣବଳି ଦେବୁ ପଛକେ, ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଧାରଣା ଓ ଲଢେଇରୁ ଓହରିବୁ ନାହିଁ ।

hiranchal ad1
Leave A Reply

Your email address will not be published.

3 × four =