ଶଶୁର ଘରେ ସ୍ତ୍ରୀଙ୍କୁ ହାଣି ଆତ୍ମହତ୍ୟା କଲା ସ୍ୱାମୀ

0 202

ସୁବର୍ଣ୍ଣପୁର : ସ୍ତ୍ରୀକୁ ମାରଣାନ୍ତକ ଆକ୍ରମଣପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ୱାମୀ । ଏଭଳି ଏକ ବିଭତ୍ସ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ । ମୃତକ ଜଣକ ସମ୍ବଲପୁର ଜିଲ୍ଲା ଚିପିଲିମା ଅଂଚଳର ସନ୍ତୋଷ ଗଣ୍ଡ ହୋଇଥିବା ବେଳେ ଗୁରୁତର ଥିବା ତାଂକ ପତ୍ନୀ ହେଲେ ପାଲିଗାଁର ରଂଜିତା ଗଣ୍ଡ । ଆଜି ସକାଳୁ କୌଣସି ଏକ କାରଣରୁ ପାଲିଗାଁସ୍ଥିତ ରଂଜିତାଙ୍କ ବାପ ଘରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସନ୍ତୋଷ ରଂଜିତାଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ତାଙ୍କ ଭୁଜାଲି ଆକ୍ରମଣରେ ରଂଜିତା ଗୁରୁତର ଓ ରକ୍ତାକ୍ତ ହୋଇଥିଲା । ରଂଜିତାଙ୍କୁ ଗୁରତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଂଜିତାଙ୍କ ଅବସ୍ଥା ଏବେ ସ୍ୱାଭାବିକ ରହିଛି । ସେପଟେ ସନ୍ତୋଷ ଶଶୁର ଘରେ ଏକ କଠୋରୀରେ ବେକରେ କପଡା ଲଗାଇ ଆତ୍ମହତ୍ୟା କରିଛି । ବୀରମହାରାଜପୁର ପୋଲିସ ଖବର ପାଇ ଶବ ଜବତ ସହ ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

fourteen + 1 =