ଆଗାମୀ ଶୀତ ଅଧିବେଶନରେ ରାଜରାସ୍ତାକୁ ଓହ୍ଲେଇବା ପାଇଁ ଟିଆର୍‌ଡବ୍ଲୁ ରୋଷେୟା ଓ ସେବାୟତ ସଙ୍ଘର ପ୍ରସ୍ତୁତି ବୈଠକ

0 112

ବାଲିଗୁଡା : କନ୍ଧମାଳ ଜିଲ୍ଲା ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗରେ ୫୮୦ ଜଣ କାର୍ଯ୍ୟ କରୁଥିବା ରୋଷେୟା ଓ ସେବାୟତମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ଜଣାଇବା ପାଇଁ ଆଗାମୀ ଶୀତ ଅଧିବେଶନରେ ରାଜ ରାସ୍ତାକୁ ଓହ୍ଲେଇବା ପାଇଁ କ ନୂଆଗାଁ ବ୍ଲକର ସାରଙ୍ଗଡ ହନୁମାନ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାଗତ ଯୋଗ୍ୟ ଠିକା ନିଯୁକ୍ତି ଉଚ୍ଛେଦ ନିଷ୍ପତ୍ତିରେ ଆମ୍ଭ ମାନଙ୍କର କୌଣସି ସ୍ଥାନରେ ଭାଗୀଦାର ହୋଇ ପାରୁନାହୁଁ ? ଏପରିକି ଗୃହରକ୍ଷୀ, ଗାଁ ସାଥୀ ପ୍ରାଣୀ ମିତ୍ର ଓ ଆଉଟ୍‌ ସୋର୍ସିଂ ମାନଙ୍କ ବିଷୟରେ ବିଶେଷ ଭାବରେ ଆଲୋଚନା କରାଯାଇଛି କିନ୍ତୁ ଆମ ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗରେ କାର୍ଯ୍ୟରତ ( CCA/LCCA/WWA ) ମାନଙ୍କର ଯେ କୌଣସି ବିଭାଗରେ ନା ଆସୁନାହିଁ ? ଦିନକୁ ୨୪ ଘଣ୍ଟା ଧରି କାର୍ଯ୍ୟ କରୁଥିବା ରୋଷେୟା ଏବଂ ସେବାୟତ ମାନଙ୍କ ବିଷୟରେ ଆମ୍ଭମାନଙ୍କର ବିଚାରାଧିନକୁ ନିଆଯାଉ ନାହିଁ ବା ଆଲୋଚନା ମଧ୍ୟ କରା ଯାଉନାହିଁ । ବିଦ୍ୟାଳୟର ରୋଷେଇ ଠାରୁ ଆରମ୍ଭ କରି ଛାତ୍ର ବାସରେ ସଫା ସୂତର କାର୍ଯ୍ୟ, ଛାତ୍ର ମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ହେଲେ ମେଡିକାଲକୁ ନେବା ଆଣିବା , ଛାତ୍ରାବାସରେ ରାତ୍ରି ଜଗୁଆଳ କାର୍ଯ୍ୟ କରିବା, ବଗିଚା କାମ ଏବଂ ବିଦ୍ୟାଳୟର ରକ୍ଷଣାବେକ୍ଷଣ କାର୍ଯ୍ୟ ଦୀର୍ଘ ୨୨ ବର୍ଷ ହେବ ତୁଲାଇ ଆସୁଅଛୁ ଏବଂ ସରକାରର ଛୁଟି ତଥା ଦଶହରା, ଏକ୍ସ ମାସ ଏବଂ ଖରା ଛୁଟି ଦିନମାନଙ୍କରେ ମଧ୍ୟ ସ୍କୁଲର କାର୍ଯ୍ୟ କରୁଅଛୁ ଯେପରି କି ନିଜ ଘରର କାର୍ଯ୍ୟରେ ମଧ୍ୟ ଅନୁପସ୍ଥିତ ରହିବାକୁ ପଡୁଛି ହେଲେ ଏପରିକି କାର୍ଯ୍ୟ କରି ଆସୁଥିବା ରୋଷେୟା ଏବଂ ସେବାୟତ ମାନଙ୍କ ଉପରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ନଜର ପଡ଼ୁନାହିଁ ? ସେଥିପାଇଁ ଆଗାମୀ ବିଧାନସଭା ଶୀତ ଅଧିବେଶନକୁ କନ୍ଧମାଳ ଜିଲ୍ଲାର ୫୮୦ ଜଣ ରୋଷେୟା ଏବଂ ସେବାୟତମାନେ ସ୍ଥାୟୀ ନିଯୁକ୍ତି ଦାବି ନେଇ ରାଜ ରାସ୍ତାକୁ ଓହ୍ଲେଇ ନିଜର ଦାବି ଜଣାଇବା ବୋଲି ବୈଠକରେ ଆଲୋଚନା କରାଯାଇଛି । ଏହି ବୈଠକ ରେ ସଂଘ ର ସଭାପତି ଯୁଗଳ କିଶୋର ମାଝୀ, ସମ୍ପାଦକ ସନ୍ତେଶ୍ୱର୍‌ କହଁର ଏବଂ ସଂଘର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 − 8 =