କଣ୍ଟାମାଳରେ ହିନ୍ଦୁ ସମାଜ ପକ୍ଷରୁ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

0 57

କଣ୍ଟାମାଳ : ଗତ ୧୨ ତାରିଖରେ ସମ୍ବଲପୁରଠାରେ ହନୁମାନ ଭକ୍ତଙ୍କ ଉପରେ ଯେଭଳି କ୍ରୁରତାପୂର୍ଣ୍ଣ ଆକ୍ରମଣ ଏବଂ ଚଉଦ ତାରିଖରେ ଜୈନିକ ବନବାସୀ ଯୁବକଙ୍କୁ ହତ୍ୟା କରାଗଲା ଏହା ସମ୍ପୂର୍ଣ୍ଣ ଦୁର୍ଭାଗ୍ୟଜନକ । ଶୋଭାଯାତ୍ରା ସମୟରେ ଭକ୍ତ ମାନଙ୍କ ଉପରେ ସୁନିୟୋଜିତ ଆକ୍ରମଣ ଓ ପ୍ରଶାସନିକ ସ୍ଥାଣୁତା ଭାରତୀୟ ଭଳି ରାଷ୍ଟ୍ରରେ ଧାର୍ମିକ ପ୍ରତି ନାଗରିକଙ୍କ ଆସ୍ଥା, ବିଶ୍ୱାସ ଓ ଧାର୍ମିକ ସ୍ୱତନ୍ତ୍ରତା ପ୍ରତି କୁଠାରଘାତ କରୁଛି ବୋଲି ଅଭିଯୋଗ କରି ଆଜି କଣ୍ଟାମାଳ ବ୍ଲକ ହିନ୍ଦୁ ସମାଜ ତରଫରୁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
କଲରାକୋଠା କାଳୀ ମନ୍ଦିରରୁ ବାହାରିଥିବା ଏହି ଶୋଭାଯାତ୍ରା ସମଗ୍ର କଣ୍ଟାମାଳ ସହର ପରିକ୍ରମା କରି କଣ୍ଟାମାଳ ତହସିଲ କାର୍ଯ୍ୟାଳୟରେ ପହଂଚି ଥିଲା । ବିଭିନ୍ନ ହିନ୍ଦୁ ଜାତିର ପ୍ରତିନିଧିଙ୍କ ସ୍ୱାକ୍ଷର ସମ୍ବଳିତ ମହିମାମୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଣ୍ଟାମାଳ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଆଦିବାସୀ ଯୁବ ନେତା ବଂଶୀଧର ମାଝୀ, ଦେବବ୍ରତ ପାଣିଗ୍ରାହୀ, ଦେବେନ୍ଦ୍ର ପ୍ରଧାନ, ବ୍ରଜମୋହନ ପଣ୍ଡା, ଆନନ୍ଦ ବାଘ ସମେତ ଶତାଧିକ ଯୁବକ ସାମିଲ ହୋଇଥିଲେ । ଶୋଭାଯାତ୍ରାକୁ ନେଇ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

two × two =