ଲାଞ୍ଜିଗଡଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର

0 105

ଭବାନୀପାଟଣା: ଲାଞ୍ଜିଗଡସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ, ଉପ ଜିଲ୍ଲାପାଳ, ଭବାନୀପାଟଣା ଡ. ବିଶ୍ୱଜିତ୍‌ ଦାସ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାୟକଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ଜନ ଶୁଣାଣି ଶିବିରରେ ମୋଟ ୫୭ଜଣ ଆବେଦନକାରୀ ନିଜର ଅଭିଯୋଗପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୪୦ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୭ଟି ଗ୍ରାମ୍ୟ ତଥା ସାମୂହିକ ସମସ୍ୟା ସମ୍ମିଳିତ ଥିଲା । ୬ଟି ଅଭିଯୋଗର ସମାଧାନ ତତକ୍ଷଣାତ୍‌ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

five × 5 =