ବେଦାନ୍ତ ଲାଞ୍ଜିଗଡର ନୂତନ ସୁରକ୍ଷା ଯାନ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରା ଶୁଭାରମ୍ଭ

0 53

ଭବାନୀପାଟଣା: ମେଟାର୍ଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା ବେଦାନ୍ତ ଲିମିଟେଡ ଭାରତର ପ୍ରମୁଖ ଉତ୍ପାଦକ ଏହାର ସୁରକ୍ଷା ଫ୍ଲିଟରେ ଏକ ସୁସଜ୍ଜିତ ସୁରକ୍ଷା ତାଲିମ ଭ୍ୟାନ ଓ ଜରୁରୀକାଳୀନ ସହାୟତା ଭ୍ୟାନକୁ ନିଯୁକ୍ତ କରିଛି । ଏହି ଯାନକୁ କଳାହାଣ୍ଡି ଜିଲ୍ଲା ମାଜିଷ୍ର୍ଟ୍ରେଟ,କଲେକ୍ଟର ପି. ଅନ୍‌ୱେଷା ରେଡି ଓ କଳାହାଣ୍ଡି ଜିଲ୍ଲାର ପୋଲିସ ଅଧିକ୍ଷକ ଅଭିଳାଷ ଜିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଡେପୁଟି ସିଇଓ, ଆଲୁମିନା ବ୍ୟବସାୟ, ବେଦାନ୍ତ ଲିମିଟେଡ ଶ୍ରୀ ଜି.ଜି. ପଲ ଏହି ସମୟରେ ଉପସ୍ଥିତ ଥିଲେ । ସୁରକ୍ଷା ସଚେତନତା ଓ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟକୁ ମଜବୁତ କରିବା ଲାଗି ଏହି ଦୁଇଟି ଯାନ ବେଦାନ୍ତ ଆଲୁମିନିୟମର ରିଫାଇନାରୀରେ ଥିବା ଶ୍ରେଷ୍ଠ ସୁରକ୍ଷା ପ୍ରଣାଳୀର ଅଂଶ ଅଟେ ।
ଏହି ସେଫ୍ଟି ଟ୍ରେନିଂ ଭ୍ୟାନ ଅଡିଓ ଭିଜୁଆଲ ମାଧ୍ୟମରେ ପ୍ଲାଂଟର ୱାର୍କଫୋର୍ସ ପାଇଁ ପ୍ରସ୍ତୁତ ରହିବ ଓ ଅନ ଟ୍ରୁ ଟ୍ରେନିଂ ପ୍ରଦାନ କରିବ । ଏହା ମଧ୍ୟ ସ୍ଥାନୀୟ ଗୋଷ୍ଠୀର ପ୍ରମୁଖ ସ୍ଥାନ ଗୁଡିକ ପରିଦର୍ଶନ କରିବ ଯେଉଁଥିରେ ଅଗ୍ନି, ବିଦ୍ୟୁତ ଓ ଘରୋଇ ସୁରକ୍ଷା ବିଷୟରେ କ୍ଷେତ୍ରଗୁଡିକୁ ଲକ୍ଷ୍ୟ ରଖାଯିବ । ତାଲିମ ସାମଗ୍ରୀ ଗୁଡିକ ବହୁ ଭାଷାଭାଷୀ ଓ ଅଭ୍ୟାସକୁ ସର୍ବତ୍ର ପରିଚିତ କରାଇବାରେ ସାହାଯ୍ୟ କରିବ । ଏହି ପ୍ରୟାସକୁ ସଫଳ କରିବା ଲାଗି ରେସକ୍ୟୁ ହକ ଭ୍ୟାନ ହେଉଛି ଏକ ଉଦ୍ଧାରକାରୀ ଯାନ ଯାହା ଅତ୍ୟାବଶ୍ୟକ ଉପକରଣ ସହ ସଜ୍ଜିତ ହୋଇଛି ଓ ଏହାକୁ ତାଲମିପ୍ରାପ୍ତ ଦଳଙ୍କ ଦ୍ୱାରା ପରିଚାଳନା କରାଯିବ ।
ଉଭୟ ଅଧିକାରୀ ବେଦାନ୍ତର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏହା ଦ୍ୱାରା କଳାହାଣ୍ଡି ଓ ଏହାର ପାଶ୍ୱବର୍ତ୍ତୀ ଅଂଚଳର ଲୋକମାନେ ଉପକୃତ ହୋଇ ପାରିବେ ।
ନୂଆକରି ଆରମ୍ଭ କରାଯାଇଥିବା ଏହି ଯାନ ସଂପର୍କରେ ମତ ଦେଇ ଶ୍ରୀ ଜି.ଜି. ପଲ, ଡେପୁଟି ସିଇଓ-ଆଲୁମିନା ବିଜିନେସ, ବେଦାନ୍ତ ଲମିଟେଡ କହିବାନୁଯାୟୀ ବେଦାନ୍ତ ଲାଞ୍ଜିଗଡରେ ଆମେ ଆମର କାର୍ଯ୍ୟକୁ ପ୍ରମୁଖ ଧ୍ୟାନକ୍ଷେତ୍ର ବୋଲି ବିବେଚନା କରୁ ଓ ଆମର କର୍ମଚାରୀ ତଥା ବ୍ୟବସାୟିକ ସହଯୋଗୀଙ୍କ ସୁସ୍ଥତା କାମନା କରୁ । ମୁଁ ଏଥିପାଇଁ ପି. ଅନ୍ୱେଶା ରେଡି ଓ ଶ୍ରୀ ଅଭିଳାଶ ଜିଙ୍କୁ ଧନ୍ୟବାଦ ଜଣାଉଛି । ଆମେ ସୁରକ୍ଷା ଓ ବୃତ୍ତିଗତ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇପାରିବୁ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × five =