କାର୍ଯ୍ୟକାରୀ ହେଲା ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର

0 54

ସୁବର୍ଣ୍ଣପୁର: ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜିଠାରୁ ପୂର୍ଣ୍ଣ ମାତ୍ରାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ କାର୍ଯ୍ୟକାରୀ କରାଯାଇଛି । ଏଣୁ ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣଙ୍କ ନିମନ୍ତେ ଉପଲବ୍ଧ ରହିବ । ପ୍ରକାଶ ଥାଉକି ଗତ ଜୁନ ମାସରେ ଏହି ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ଜିଲ୍ଲାର ବିଭିନ୍ନ ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହ ଦେଓଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ମାତ୍ର ତତ୍କାଳୀନ କୋଭିଡ ମହାମାରୀର ସଂକ୍ରମଣ ଓ ଭୟାବହତା ହେତୁ ଏହି ଚିକିତ୍ସାଳୟ କୋଠାକୁ ସ୍ୱତନ୍ତ୍ର ଭାବେ ଜିଲ୍ଲାର କୋଭିଡ ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ କରାଯାଉଥିଲା, ମାତ୍ର ବର୍ତ୍ତମାନ କୋଭିଡ ପରିସ୍ଥିତିରେ ବିଶେଷ ସୁଧାର ଆସିଥିବାରୁ ଏହି କେନ୍ଦ୍ରକୁ ପୂର୍ଣ୍ଣ ରୂପରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ପାଇଁ ଉପଲବ୍ଧ କରାଯାଇଥିବା ଜିଲ୍ଳା ପ୍ରଶାସନ ତରଫରୁ ସୂଚୀତ କରାଯାଇଛି ।

hiranchal ad1
Leave A Reply

Your email address will not be published.

12 − 1 =