ଦାଉ ସାଧୁଛି ମୁଣ୍ଡର ଅସ୍ୱାଭାବିକ ବୃଦ୍ଧି : ମୃତ୍ୟୁ ସହ ସଂଘର୍ଷ କରୁଛି ସାତ ବର୍ଷର ଶିଶୁ,ସରକାରୀ ସହାୟତା ହିଁ ସାହାଭରସା

0 251

ହରଭଙ୍ଗା ,୧/୩ : ଯେଉଁ ବୟସରେ ହସିଖେଳି,ପାଠପଢି ସମୟ ବିତାଇବା କଥା,ସେହି ବୟସରେ ମୃତ୍ୟୁ ସହ ସଂଘର୍ଷ କରୁଛି ସାତ ବର୍ଷ ବୟସର ଏକ ଶିଶୁ । ପ୍ରତି ମୁହୂର୍ତ୍ତରେ କେବଳ ଅସହ୍ୟ ଯନ୍ତ୍ରଣା ହିଁ ଯନ୍ତ୍ରଣା । ଖଟରେ ଏକାକୀ ପଡ଼ିରହି ଛଟପଟ ହେଉଛି । ଜୀବନ ଉପରେ ଦାଉ ସାଧୁଛି ଏକ ଅଦ୍ଭୁତ ରୋଗ । ତାହା ହେଉଛି ମୁଣ୍ଡର ଅସ୍ୱାଭାବିକ ବୃଦ୍ଧି । ଶରୀର ଆକାର ତୁଳନାରେ ମୁଣ୍ଡର ଆକାର ଜନ୍ମରୁ ବୃଦ୍ଧି ପାଉଛି । ଉକ୍ରଟ ଦାରିଦ୍ର୍ୟ ସାଙ୍ଗକୁ ଏଭଳି ଶାରୀରିକ ସମସ୍ୟା ପରିବାର ପାଇଁ ଦୁଃଖର ପାହାଡ଼ ଭଳି ହୋଇଛି । ଏଭଳି ଏକ ଅତ୍ୟନ୍ତ କରୁଣ ଓ ମର୍ମାନ୍ତିକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ ପଂଚାୟତ ବଳଦମୁଣ୍ଡା ଗ୍ରାମର ଅମିତ ଦେହୁରୀଙ୍କ ପରିବାରରେ । ଏଭଳି ଦାରୁଣ ଅବସ୍ଥାର ଶିକାର ହାଇଥିବା ଶିଶୁପୁତ୍ରର ନାମ ଅଂଶୁମାନ ଦେହୁରୀ (୭) ।

hiring

ପରିବାର ଲୋକଙ୍କ କହିବାନୁଯାୟୀ,ଜନ୍ମ ହେବାର କିଛିଦିନ ପରେ ଅଂଶୁମାନର ମୁଣ୍ଡର ଆକାର ବୃଦ୍ଧି ପାଇବାରେ ଲାଗିଥିଲା । ପରେ ପରିବାର ଲୋକ ବିଭିନ୍ନ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ଚିକିତ୍ସାରୁ କୌଣସି ସୁଫଳ ମିଳି ନଥିଲା । ପରିବାର ଲୋକେ ୨୦୨୦/୨୧ରେ ଶିଶୁଭବନ ମଧ୍ୟ ନେଇଥିଲେ;ସେଠାରେ ଶଶୁଟି ୩ମାସ ରହି ଚିକିତ୍ସିତ ହୋଇଥିଲା । କିନ୍ତୁ ସେଠାରେ ପରିବାର ନିରାଶ ହେଲେ । ସମସ୍ୟାରେ କୌଣସି ସୁଧାର ଆସିଲା ନାହିଁ । ଅର୍ଥାଭାବ ଯୋଗୁ ପରିବାର ଲୋକେ ଉଚ୍ଚତର ଚିକିତ୍ସା ପାଇଁ ଅସମର୍ଥ । ଏବେ ଖଟରେ ପଡି ମରଣ ସହ ସଂଘର୍ଷ କରୁଛି ଅଂଶୁମାନ! ମୁଣ୍ଡର ଓଜନ ପ୍ରାୟ ୧୦କିଲୋ ହୋଇଥିବା ବେଳେ ଶରୀର ବିକଳାଙ୍ଗ ହୋଇ ଆଖିଗୁଡିକ ଧୀରେ ଧୀରେ ବନ୍ଦ ହେବା ସହ ଦୃଷ୍ଟି ଶକ୍ତି ହରାଉଥିବା ଜଣାପଡିଛି ।

ଏପଟେ ଶିଶୁପୁତ୍ରର ମୁଣ୍ଡ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକତା ଥିବା କହୁଥିବା ବେଳେ ଦିନମଜୁରୀ କରି ଚଳୁଥିବା ଅମିତଙ୍କ ପରିବାରଙ୍କୁ ଚିକିତ୍ସା ପାଇଁ ଏତେ ଟଙ୍କା ଶୁଣି ବାପା ମା ଚିନ୍ତାରେ! ବର୍ତ୍ତମାନ କେବଳ ସରକାରଙ୍କ ସହାୟତା କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ହିଁ ଶେଷ ଭରସା । ଅଂଶୁମାନର ଅଜା କହିଛନ୍ତି,ଏବେ କେବଳ ଭଗବାନଙ୍କ ଭରସାରେ ହିଁ ମୋ ନାତି । ଯେତିକି ଦିନ ବଂଚିବ! ବିକଳାଙ୍ଗ ଭତ୍ତାରୁ ସେ ବଞ୍ଚିତ ଥିବା ଦର୍ଶାଇଛନ୍ତି! ତେଣୁ ଏଭଳି ପରିସ୍ଥିତିରେ ପ୍ରଶାସନ ତୁରନ୍ତ ଅଂଶୁମାନକୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two + 19 =