ଜୁନମାସ ଶେଷ ସୁଦ୍ଧା ୧୧ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି : ଗଣଶିକ୍ଷା ମନ୍ତ୍ରୀ

0 229

ଭୁବନେଶ୍ୱର: ହାଇସ୍କୁଲ ଗୁଡିକରେ ୧୧୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଜୁନ୍‌ ମାସ ଶେଷ ଭିତରେ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ । ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ଦେବେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲଗୁଡିକର ରୂପାନ୍ତରୀକରଣ କରାଯାଉଛି । ପ୍ରାୟ ୮ ହଜାର ହାଇସ୍କୁଲରରୁ ୫୦୦୦ ହଜାର ସ୍କୁଲକୁ ରୂପାନ୍ତରୀକରଣ କରାଯାଉଛି । ବାକି ୩୦୦୦ ହାଇସ୍କୁଲର ରୂପାନ୍ତରୀକରଣ ବ୍ୟବସ୍ଥା କରାଯିବ । ହାଇସ୍କୁଲ ରୂପାନ୍ତରୀରଣ କରିବା ପରେ ପ୍ରାଥମିକ ବିଦ୍ୟାଳଗୁଡ଼ିକ କଥା ବିଚାର କରାଯିବ ।
ସୂଚନେଯୋଗ୍ୟ, ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ କିଛି ମାସ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ସହ ଆଦର୍ଶ ବିଦ୍ୟାଳୟଗୁଡିକରେ ୧,୭୦୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ବାହାରିଥିଲା ।
ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ରାଜ୍ୟର ୮,୧୦୨ ଶିକ୍ଷା ସହାୟକଙ୍କୁ ନିୟମିତ କରିଥିଲେ ସରକାର ।୨୦୧୫ ଜାନୁଆରୀ ମାସରେ ନିଯୁକ୍ତି ପାଇଥିବା ଏହି ଶିକ୍ଷକମାନଙ୍କୁ ନିୟମିତ କରାଯାଇଥିବା ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

one × three =