ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବ୍‌ଜାରେ; ଅଭିଯୋଗ କଲେ ବି ମିଳୁନି ସୁଫଳ, ଅନଶନ ଧମକ

0 152

ଫୁଲବାଣୀ: ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ । ପ୍ରଶାସନର ନିର୍ଦ୍ଦେଶ ସତ୍ତେ୍ୱ ଜାଗା ଖାଲି କରୁନି ଜବରଦଖଲକାରୀ ଜଣଙ୍କ । ଖାଲିକରିବାକୁ କହିଲେ ଓଲଟା ଧମକ ଦେଉଛି କୁଆଡେ ଜବରଦଖଲକାରୀ ଜଣଙ୍କ । ଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ । ଅଭିଯୋଗ ପ୍ରକାରେ ସୁଶାନ୍ତ କୁମାର ନାୟକ, ପିତା-ମୂର୍ତ-ତ୍ରିନାଥ ନାୟକ, ଗ୍ରାମ – ଗାଲେରୀ, ଜିଲ୍ଲା-ଗଞ୍ଜାମ ନାମକ ଜନୈକ ସରକାରୀ କର୍ମଚାରୀଙ୍କ ନାମରେ କନ୍ଧମାଳ ଜ଼ିଲ୍ଲା ଚକାପାଦ ମୌଜାରେ ଖାତା ନମ୍ବର ୨୪୯/୩୩୧, ପ୍ଲଟ ନମ୍ବର ୧୭୧୭/୩୧୨୩ , ଏରିଆ ୦.୧୨୦ ଆର, ଘରବାରୀ କିସମରେ ରେକର୍ଡଭୁକ୍ତ ଅଛି । ଉକ୍ତ ଜାଗା ଉପରେ ସୁଶାନ୍ତଙ୍କ ଅନୁପସ୍ଥିତର ସୁଯୋଗ ନେଇ ଚକାପାଦ ଅଂଚଳର ଖଗେଶ୍ୱର ପାତ୍ର ପିତା-ମୁତ-ଆନନ୍ଦ ପାତ୍ର ଏବଂ ତାଙ୍କର ଚାରିପୁଅ, ଚାରିବୋହୁ ମିଶି ବଳ ପୁର୍ବକ ଉକ୍ତ ଘରବାରିକୁ ଦୀର୍ଘ ବର୍ଷ ଧରି ଜବରଦସ୍ତ ବେଆଇନ ଭାବରେ ମାଡି ବସିଛନ୍ତି । ଏନେଇ ସୁଶାନ୍ତ ନାୟକ ଉପ-ଜିଲ୍ଲାପାଳ, ବାଲିଗୁଡ଼ାଙ୍କୁ ଜଣାଇଥିଲେ ଏବଂ ଉପଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ କାଗଜ ପତ୍ରକୁ ତନ୍ନ ତନ୍ନ କରି ଯାଞ୍ଚ କରିବାପରେ ଏହି ଜାଗା ସୁଶାନ୍ତଙ୍କର ବୋଲି ରାୟ ଦେବା ସହ ତୁରନ୍ତ ଜବରଦାଖଲକାରୀଙ୍କୁ ଉକ୍ତ ସ୍ଥାନରୁ ଉଚ୍ଛେଦ କରି ଜାଗା ହସ୍ତାନ୍ତର କରିବା ଲାଗି(OLR, Act 23A Case no.01/2019 ଅନୁଯାୟୀ ପାତ୍ର ସଂଖ୍ୟା -୩୬୧୩ ତାରିଖ-୦୨-୧୨-୨୦୨୦) ଅନୁଯାଇ ଚକାପାଦ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ ଚକାପାଦ ତହସିଲଦାର ଏ ନେଇ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ତେବେ ବାରମ୍ବାର ଅଭିଯୋଗ ପରେ ଜବରଦଖଲକାରୀଙ୍କୁ ସୁହାଇଲା ପରି ତହସିଲଦାର ପତ୍ର ସଂଖ୍ୟା.୭୦୫/୨୧ ରେ ତା.୧୫-୦୩-୨୦୨୧ ରିଖ ଧାର୍ଯ୍ୟ କରି କୁଆଡେ ଉପର ଠାଉରିଆ ଭାବେ ଉଚ୍ଛେଦ କଲେ । କିନ୍ତୁ କୋଭିଡ କଟକଣା ଯୋଗୁଁ ଜାଗା ମାଲିକ ସୁଶାନ୍ତ ନାୟକ ଘରକୁ ତାଲା ପକାଇ ଚାଲିଯାଇଥିଲେ । ତାଲା ପଡିଥିବାର ସୁଯୋଗ ଉଣ୍ଡି ଜବରଦଖଲକାରୀ ମାନେ ପୁଣି ସୁଶାନ୍ତଙ୍କ ଘରର ତାଲା ଭାଙ୍ଗି ଅକ୍ତିଆର କରିଆସୁଛନ୍ତି । ଏ ନେଇ ଜାଗା ମାଲିକ ନାୟକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ଜବରଦାଖଲକାରୀ ଫୁଲବାଣୀ ସ୍ଥିତ ଏଡିଏମ, କୋର୍ଟରେ, ବାଲିଗୁଡା ଉପ- ଜିଲ୍ଲାପାଳ, କରିଥିବା ଆଦେଶ ବିରୋଧରେ ଆବେଦନ କରିଥିଲା । ଏଡ଼ିଏମ ସମସ୍ତ ବିଷୟ ଯାଞ୍ଚ ପରେ ନାୟକ ସପକ୍ଷରେ (RMA no.02/2021-OLR-23)ରେ ରାୟ ଶୁଣାଇଥିଲେ । କିନ୍ତୁ ସୁଶାନ୍ତ ନାୟକ ଏଡିଏମ କନ୍ଧମାଳଙ୍କ ନିର୍ଦ୍ଦେଶନାମାର ନକଲ ନେଇ ଜାଗାକୁ ଯିବାରୁ ଜବରଦଖଲକାରୀ ମାନେ ତାଙ୍କୁ ବିଭିନ୍ନ ମାରଣ ଅସ୍ତ୍ରଧରି ଜାଗା ଛାଡି ଚାଲି ଯିବାକୁ ଧମକ ଦେଇଥିଲେ । ଏହି ଭୟରେ ସେ ଯାଇ ଚକାପାଦ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଥିଲେ । ଯାହା ଏଫ ଆଇ ଆର ନଂ୨୮/୨୨ରୁ ଜଣାପଡିଛି । ଅଭିଯୋଗ କରିବାର ଏକ ମାସରୁ ଉଦ୍ଧ୍ୱର୍ ସମୟ ବିତି ଯାଇଥିଲେବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗକାରୀ ସୁଶାନ୍ତ କହିଛନ୍ତି । ଏ ନେଇ ସୁଶାନ୍ତ କନ୍ଧମାଳ ଜିଲ୍ଲାପାଳ ଏବଂ ଏସପି, କନ୍ଧମାଳଙ୍କୁ ଗୁହାରି ଜଣାଇଛନ୍ତି, କିନ୍ତୁ ସୁଫଳ ମିଳୁନି । ଯଦି ଜଣେ ସରକାରୀ କର୍ମଚାରୀଙ୍କୁ ନ୍ୟାୟ ମିଳୁନି ଗରିବ ଗୁରୁବାଙ୍କ କଥା ପଚାରେ କିଏ ? ଏହି ଆଇନର ଲମ୍ବା ଲଢେଇରେ ସୁଶାନ୍ତଙ୍କୁ ନ୍ୟାୟ ମିଳିବତ ? ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ସୁଶାନ୍ତଙ୍କୁ ନ୍ୟାୟ ନ ମିଳିଲେ ପରିବାର ଲୋକେ ବାଧ୍ୟ ହୋଇ ଜିଲାପାଳ କାର୍ଯ୍ୟାଳୟଙ୍କ ସମ୍ମୁଖରେ ଅନଶନରେ ବସିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ତେବେ ସୁଶାନ୍ତଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାର କଥା ? କେବଳ ସୁଶାନ୍ତ ଏକା ନୁହଁନ୍ତି ସୁଶାନ୍ତଙ୍କ ଭଳି ଅନେକ ଲୋକଙ୍କ ପଟ୍ଟା ଜମି ଜବରଦଖଲ କାରୀଙ୍କ କବଜାରେ ରହିଛି ଆଉ ନ୍ୟାୟ ପାଇଁ ଆଇନ ଅଦାଲତର ବୁଢିଆଣୀ ଜାଲରେ ଛନ୍ଦି ହୋଇପଡିଛନ୍ତି ।

hiranchal ad1
Leave A Reply

Your email address will not be published.

one × one =