ମଞ୍ଚେଶ୍ୱରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

0 68

ଭୁବନେଶ୍ୱର : ଓଡିଶା ମୋ ପରିବାର ଓ ଅଲ୍‌ ଓଡିଶା ମିନି ଟ୍ରକ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର କ୍ରୀଡା ଓ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ନୂତନ ଭାବେ ଗଠିତ ଅଲ୍‌ ଓଡିଶା ମିନି ଟ୍ରକ ଆସୋସିଏସନ ଓ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାର ଅଧକ୍ଷ ଅରୁପ କୁମାର ପଟ୍ଟନାୟକ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ରୁଦ୍ର ସାମନ୍ତରାୟ, ସ୍ଥାନୀୟ କର୍ପୋରେଟର ସେକ୍‌ ନୁର ହାସନ୍‌, ଆସୋସିଏସନ ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସୁଶାନ୍ତ କୁମାର ରଣା, ପରାମର୍ଶଦାତା ଅକ୍ଷୟ କୁମାର ସ୍ୱାଇଁ, ଲୋକେଶ କୁମାର, ସୌମ୍ୟରଂଜନ ପ୍ରଧାନ ଶତାଧିକ ଲୋକ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥଲେ । ଶେଷରେ ୫୫ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣେଇଛନ୍ତି ।

hiring
hiranchal ad1
Leave A Reply

Your email address will not be published.

one + 18 =