ହରିଶଙ୍କର ପୀଠରେ ବାଡାବାଡି,ଥାନାରେ ୧୦ ଯୁବକ ଅଟକ

0 218

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଝରଣା କୂଳରେ ଦୁଇ ଗୋଷ୍ଟି ଗଣ୍ଡଗୋଳ ଘଟଣା ରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତର ଖାନା ପଠା ଯାଇଥିବା ଜଣା ପଡ଼ିଛି । ଗଣ୍ଡଗୋଳ ଘଟଣା ରେ ୧୦ ଜଣ ଯୁବକଙ୍କୁ ଖପ୍ରାଖୋଲ ପୋଲିସ ଅଟକ ରଖିଥିବା ଜଣାଯାଇଛି । ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନ ରେ କିଛି ଯୁବକ ଝରଣା କୂଳରେ ମଦ ପିଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକ ଝରଣା କୂଳରେ ମଦ ପିଇବାକୁ ବାରଣ କରିଥିଲେ । ଏଥିରେ ଯୁବକ ମାନେ ଉତ ଖିପ୍ତ ହୋଇ ବଚସା ହେବାସହ ଶେଷରେ ଉଭୟଙ୍କ ମଧ୍ୟରେ ଲାଠି ମାଡ଼ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ମାର ପିଟ୍‌ ହୋଇଥିବା ବେଳେ ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଗଣ୍ଡଗୋଳ ଅଟକାଇ ଥିଲେ । ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ଓ ପରେ ବଲାଙ୍ଗିର ଡାକ୍ତର ଖାନା ପଠାଯାଇଥିବା ଜଣା ଯାଇଛି । ଏହି ଘଟଣାରେ ଉଭୟ ପକ୍ଷର ୧୦ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ହରିଶଙ୍କର ଝରଣା କୁଳ ରେ ଅନେକ ଅସାମାଜିକ ଯୁବକ ମାନେ ଖୁଲୁମ୍‌ ଖୁଲା ମଦ ପିଉଥିବା ବେଳେ ସ୍ଥାନୀୟ ପୋଲିସ ର ନିଷ୍କ୍ରିୟତା ଯୋଗୁ ଅନେକ ସମୟରେ ଛୋଟ ବଡ଼ ଘଟଣା ଘଟୁଥିଲେ ହେ ପୋଲିସ ଚୁପ ରହୁ ଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି । ଖପ୍ରାଖୋଲ ପୋଲିସ ଗତ ୫ ତାରିଖ ସନ୍ଧ୍ୟା ରେ କିଛି ମଦ୍ୟପ ଙ୍କୁ ଥାନାରେ ଅଟକ ରଖି ଏକ ହଜାର ଟଙ୍କା ଲେଖାଏଁ ଜରିମାନା କରି ଛାଡିଥିବା ଜଣାଯାଇଛି । ଝରଣା କୁଳ ରେ ଅସାମାଜିକ ମାନଙ୍କ ଦୌରତ୍ମ୍ୟ ବନ୍ଦ କରିବାକୁ ଦାବୀ ହେଉଛି । ଏଠାରେ ପ୍ରଶ୍ନ ଉଠେ ଯେ ଖପ୍ରାଖୋଲ ପୋଲିସ ର ଅଣଦେଖା ଯୋଗୁ ପବିତ୍ର ହରିଶଙ୍କର ପୀଠରେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି । ତେଣୁ ପାଟଣାଗଡ଼ ପ୍ରଶାସନ ଓ ଖପ୍ରାଖୋଲ ପୋଲିସ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × five =