ଦଶପଲ୍ଲା :ନୟାଗଡ ପୌରପରିଷଦର ପୌରାଧ୍ୟକ୍ଷା ପ୍ରାର୍ଥୀ ହେବା ପାଇଁ ଫର୍ମ କିଣି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଜେପି ବିଧାୟିକା ପ୍ରାର୍ଥିନୀ ଇରାନୀ ରାୟ ପୌରାଧ୍ୟକ୍ଷ ଦୌଡ଼ରୁ ଓହରି ଯାଇଥିବା ଦେଖାଯାଇଛି । ଫର୍ମ କିଣି ସହରବାସୀଙ୍କୁ ଚକମା ଦେଖାଇବା ପରେ ନାମାଙ୍କନ କରି ନାହାନ୍ତି । ପୌରାଧ୍ୟକ୍ଷା ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଦଳ କାଳେ ୨୦୨୪ ନିର୍ବାଚନରେ ବିଧାୟକ ଟିକେଟ ଦେବ ନାହିଁ ବୋଲି ଭୟ ତାଙ୍କୁ ଘାରିଥିବା ଆଲୋଚନା ହେଉଛି । ଇରାନୀ ପୌର ନିର୍ବାଚନରେ ଜିତନ୍ତୁ ବା ହାରନ୍ତୁ ତାଙ୍କ ଟିକେଟ କଟିବା ନିଶ୍ଚିତ ବୋଲି ବିଜେପି ମହଲରେ ଚର୍ଚ୍ଚା ହେବା ପରେ ଦଳ ଜୟଶ୍ରୀ ସାମଲଙ୍କୁ ପୌରାଧ୍ୟକ୍ଷା ପ୍ରାର୍ଥିନୀ ଭାବେ ନାମାଙ୍କନ କରାଇଥିବା ଜଣାଯାଇଛି । ରାଜନୀତି ମଇଦାନରେ ସମ୍ପୂର୍ଣ୍ଣ ଭାବେ ନୂଆମୁହଁଙ୍କୁ ପ୍ରାର୍ଥୀ କରି ବିଜେପି ଦଳ ବିଜେଡି ପ୍ରାର୍ଥୀ ସହଜ ବିଜୟ ପାଇଁ ରାସ୍ତା ଖୋଲି ଦେଇଥିବା ଆଲୋଚନା ହେଉଛି ।