ଓଡିଶା ଜୀବିକା ମିଶନ ତରଫରୁ ଉଦ୍ୟୋଗୀ ଋଣ ଚୟନ ବୈଠକ

0 80

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାଟାଗୁଡା ଗ୍ରାମ ପଞ୍ଚାୟତରେ ଥିବା ଏକକ ସାଧନ କେନ୍ଦ୍ରଠାରେ ସୋମବାର ଦିନ ଓଡିଶା ଜୀବିକା ମିଶନ ତରଫରୁ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ ନିମନ୍ତେ ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପରିଚାଳକ ସନ୍ତୋଷ କୁମାର ରଥ ଯୋଗଦେଇଥିଲେ । ଏଥିସହିତ ଶଶିକାନ୍ତ ପରିଡା, ବିପିଏମ୍‌ ସୁଦର୍ଶନ ବେହେରା, ଚନ୍ଦନ ସାହୁ, କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମେତ ବ୍ଲକର ଉଦ୍ୟୋଗୀ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରକଳ୍ପ ପରିଚାଳକଙ୍କ ତତ୍ତ୍ୱାବଧାନରେ ଆସିଥିବା ସମସ୍ତ ବ୍ୟବସାୟ ପରିଯୋଜନା ମଧ୍ୟରୁ ମୋଟ ୫୩ ଗୋଟି ପରିଯୋଜନାକୁ ମୋଟ ୨୦ ଲକ୍ଷ ୫୦ହଜାର ଟଙ୍କାର ଋଣ ପ୍ରଦାନ ନିମନ୍ତେ ଉଦ୍ୟୋଗୀ ଚୟନ କରାଯାଇଛି । ଏହି ଯୋଜନା ମାଧ୍ୟମରେ ବ୍ୟବସାୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ କିମ୍ବା ତାଙ୍କ ପରିବାର ବର୍ଗକୁ ବ୍ୟବସାୟ ବଢାଇବା ନିମନ୍ତେ ଅର୍ଥରାଶି ପ୍ରଦାନ କରାଯାଏ ଓ ଜିନିଷ ତିଆରି ସହ ସେମାନେ କିପରି ଠିକ୍‌ ଭାବେ ବିକ୍ରିବଟା କରିପାରିବେ ଓ ନିଜର ଜୀବିକାକୁ ସୁଦୃଢ କରିପାରିବେ ସେନେଇ ସାହାଯ୍ୟ ସହଯୋଗ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ବୈଠକରେ ଋଣ ଚୟନ ସହ ଉଦ୍ୟୋଗୀମାନଙ୍କ ବ୍ୟବସାୟ ପଞ୍ଜିକରଣ, ବ୍ୟବସାୟକୁ ବ୍ୟାଙ୍କ ସହ ସଂଯୋଗୀକରଣ ଓ ଆଞ୍ଚଳିକ କଞ୍ଚାମାଳକୁ ବ୍ୟବହାର କରି କିପରି ଉତ୍ପାଦନ ଓ ବ୍ୟବସାୟକୁ ବଢ଼ାଇ ପରିବେ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଉତ୍ପାଦନ ବ୍ୟବସାୟରେ ନିଜକୁ ନିଯୁକ୍ତ କରି ସ୍ୱାବଲମ୍ବୀ ଓ ଆର୍ଥିକ ସ୍ଥିତିକୁ କିଭଳି ସୁଦୃଢ଼ କରିପାରିବେ ସେନେଇ ପରାମର୍ଶ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

thirteen + 7 =