ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ

0 101

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ତଥା ଦୌରା ଜଜ ସତ୍ୟପିର ମିଶ୍ର ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରାଧିକରଣ ସଚିବ ରବି ନାରାୟଣ ବେହେରା ଉପସ୍ଥିତ ରହି କୋର୍ଟ କାର୍ଯ୍ୟ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରଧୀନ ଥିବା ମାମଲାରେ ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରାଯାଇଥିଲା । ଲୋକ ଅଦାଲତରେ ପରିବାର ଅଦାଲତ ଜଜ ସୁବ୍ରତ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ ହେମନ୍ତ କୁମାର ସେଠୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ ରଞ୍ଜନ ପଣ୍ଡା, ସବଜଜ ଦୀପଙ୍କର ପଟ୍ଟନାୟକ, କୋର୍ଟ ରେଜିଷ୍ଟାର ସତ୍ୟବ୍ରତ ରାଣା, ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତି ବର୍ଷା ଶର୍ମା, ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ (ମହିଳା ବିଭାଗ) ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶୀନି ପ୍ରମୁଖ ଉପସ୍ଥିତ ରହି ନିଜନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ଭାବେ ଆର ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସବଜଜ ବିଶ୍ୱେଶ୍ୱର ବିଶ୍ୱ ପ୍ରକାଶ ରାୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ପାରଶ ପାଢ଼ୀ, ମୋହନା କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତି ଅନନ୍ୟା ଦାଶ ଓ କାଶୀନଗର ଗ୍ରାମ୍ୟ ନ୍ୟାୟାଳୟର ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ରେଶମା ଧଳ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ନିଜନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ଆୟୋଜିତ ଲୋକ ଅଦାଲତରେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲେ । ଆୟୋଜିତ ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ରାମନାଥ ମିଶ୍ରଙ୍କ ସମେତ ସମସ୍ତ ବରିଷ୍ଠ ଓକିଲ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜନିଜ କେସ ମକଦ୍ଦମାରେ ସହଯୋଗ ପ୍ରଦାନ କରିଥିଲେ । ଏହି ଲୋକ ଅଦାଲତରେ ସମୁଦାୟ ୩୧୨ ଟି କେସକୁ ବିଚାରକୁ ନିଆଯାଇ ୭୯ ଟି ମାମଲାର ତ୍ୱରିତ ସମାଧାନ କରାଯାଇ ୨୫,୦୦,୦୦୦ ଜରିମାନା ଆଦାୟ କରାଯାଉଥିଲା । ଏହି ଲୋକ ଅଦାଲତରେ ୯୧ ଟି ବ୍ୟାଙ୍କ କେସରୁ ୨୨ଟି କେସ ଫଇସଲା ହୋଇଯାଇଛି । ଏହି ଲୋକ ଅଦାଲତକୁ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 2 =