ଖପ୍ରାଖୋଲ ସିଆରପିଏଫ ଯବାନମାନଙ୍କୁ ରାକ୍ଷୀ ବାନ୍ଧିଲେ ବ୍ରହ୍ମକୁମାରୀ କର୍ମଚାରୀ

0 325

ଖପ୍ରାଖୋଲ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କ ଅତୁଟ ବନ୍ଧନର ପର୍ବ ହେଉଛି ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ଭାବରେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରତ୍ୟେକ ଭଉଣୀ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ରକ୍ଷା କରିବାକୁ ଭାଇଙ୍କ ଠାରୁ ପ୍ରତିଶୃତି ନେଇଥାନ୍ତି । ଏହି ପର୍ବ ଅତି ପବିତ୍ର । ଭାଇ ଭଉଣୀର ସମ୍ପର୍କକୁ ଅତି ସୁଦୃଢ ଓ ବଳିଷ୍ଠ କରିବା ପାଇଁ ଏହା ଗୋଟିଏ ମାଧ୍ୟମ । ନିଜ ଭଉଣୀଠାରୁ ରାକ୍ଷୀ ବାନ୍ଧି ହେବା ପାଇଁ ଭାଇମାନେ ଯେତେ ଦୂରେ ଥିଲେ ମଧ୍ୟ ଭଉଣୀ ପାଖକୁ ଚାଲି ଆସିଥାନ୍ତି । ଭଉଣୀମାନେ ଏହି ଦିନ ନିଜ ଭାଇ ମାନଙ୍କୁ ପ୍ରଥମେ ବନ୍ଦାପନା କରି ରାକ୍ଷୀ ବାନ୍ଧନ୍ତି ଓ ପରସ୍ପରକୁ ମିଠା ଖୁଆଇଥାନ୍ତି । ଏହିପରି ଏକ ରାକ୍ଷୀ ବାନ୍ଧିବା ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ସି.ଆର.ପି.ଏଫ ଯବାନ ମାନଙ୍କୁ ବ୍ରହ୍ମକୁମାରୀ କର୍ମଚାରୀ ର ସମସ୍ତେ ହାତରେ ରାକ୍ଷୀ ବାନ୍ଧି ଥିଲେ ଓ ପରସ୍ପରକୁ ମିଠା ଖୁଆଇ ନିଜ ସମ୍ପର୍କକୁ ଆହୁରି ମଧୁର କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =