ବୌଦ୍ଧ : ଭାରତ ବର୍ଷର ଲାଲା ଲଜପତରାୟଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ଶ୍ରମିକ ସଂଗଠନ ଏଆଇଟିୟୁସିର ଓଡିଶାରେ ହୀରକ ଜୟନ୍ତୀ ଓ ଓଡିଶା ଫରେଷ୍ଟଉଡ ଏଗ୍ରୀକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକ୍ସନ ୟୁନିଅନର ପ୍ରଥମ ବୌଦ୍ଧଜିଲ୍ଲା ସମ୍ମିଳନୀ ଛତ୍ରଙ୍ଗଠାରେ ଶ୍ରମିକନେତା ଭୀମସେନ ଘିବିଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏ.ଆଇ.ୱାଇ.ଏଫର ସର୍ବଭାରତୀୟ ଉପସଭାପତି ଅବକାଶ ସାହୁ, ଏ.ଆଇ.ଟିୟୁସିର ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା,କନ୍ଧମାଳ ଜିଲ୍ଲା ଆବାହକ ଶିଶିର ମଲ୍ଲିକ ଭୈରବୀ ବସ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଦିଲ୍ଲିପ କୁମାର ସାହୁ ପ୍ରମୁଖ ଅତିଥି ଭାବେଯୋଗଦେଇ ଏ.ଆଇ.ଟି.ୟୁ.ସିର ଗୌରବମୟ ଇତିହାସ ଏବଂ ସମ୍ପ୍ରତି ଶ୍ରମିକଙ୍କ ଉପରେ ଆରମ୍ଭ ହୋଇଥିବା ଆକ୍ରମଣ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ କ୍ଷେତ୍ରରେ ଦେଖାଯାଇଥିବା ଅଚଳାବସ୍ଥା ବିରୁଦ୍ଧରେ ଲଢେଇକୁ ଯୋରଦାର କରିବା ସହ ଗ୍ରାମାଞ୍ଚଳରୁ ସଂଗଠନକୁ ସଂଗଠିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ପରିଶେଷରେ ଏକ ୧୫ଜଣିଆ ଜିଲ୍ଲା କମିଟି ଗଠନ ସହ ଏହାର ସଭାପତି ଭାବେ ଜୟନ୍ତ ଦେହୁରୀ, ଉପସଭାପତି ସୁବାଷ ଚନ୍ଦ୍ର ସାହୁ, ସମ୍ପାଦକ ଭାବେ ଭୀମସେନ ଘିବିଲା,ସହସମ୍ପାଦକ ଭାବେ ସ୍ୱାଧିନ ଭୋକ୍ତା କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ସାହୁ ପ୍ରମୁଖ ନିର୍ବାଚିତ ହୋଇଥିଲେ ।