ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

0 147

ବୌଦ୍ଧ : ବୌଦ୍ଧ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ପାଳିତ ହୋଇଯାଇଛି । ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କଲେ ଉଚ୍ଚ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗକୁ ଉପସ୍ଥାପନ କରିବା ସହିତ କୃତି ପ୍ରତିଭାଧାରୀ ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅନୁଷ୍ଠାନର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଉକ୍ତ ଅନୁଷ୍ଠାନରେ ଅଭିଜ୍ଞ ଓ ପ୍ରତିଭାଧାରୀ ଶିକ୍ଷକ ଶିକ୍ଷୟିତ୍ରୀ ପୁରାତନ ଛାତ୍ରୀ ଥିବାରୁ ବିଦ୍ୟାଳୟର ବିକାଶରେ ସମସ୍ତେ ସହଯୋଗ କରନ୍ତୁ ବୋଲି ଆହ୍ୱାନ କରିଥିଲେ ।

ମୁଖ୍ୟ ବକ୍ତା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପକ ଡଃ ଦିଲ୍ଲୀପ କୁମାର ଖୁଣ୍ଟିଆ ସମାଜରେ ନାରୀମାନଙ୍କର ଭୂମିକାକୁ ଅବତାରଣକରି ବାଳିକା ମାନଙ୍କୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାର ବିକାଶ କରିବା ପାଇଁ ପ୍ରଚେଷ୍ଟା ଜାରିରଖିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସାକ୍ଷୀଗୋପାଳ ପ୍ରଧାନ ଶିଶୁ ଅଧିକାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶିକ୍ଷା ଅଧିକରୀ ଡଃ ଉଦୟ ନାଥ ମାଝୀ ସଭାପତିତ୍ୱ କରିବା ସହିତ ଗୁଣାତ୍ମକ ଶିକ୍ଷା ଓ ଡିଜିଟାଲ ଶିକ୍ଷଣ ବ୍ୟବସ୍ଥା ୫ଟି ହାଇସ୍କୁଲ ମାନଙ୍କରେ ଉପଲବ୍ଧ ଥିବା ବକ୍ତବ୍ୟ ରଖିଥିଲେ ।

hiring

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବୌଦ୍ଧ ଗୋଷ୍ଠୀ ଶିକ୍ଷାଅଧିକାରୀ ଧ୍ରୁବ ଚରଣ ଘିବେଲା ତାଙ୍କର ସ୍ୱାଗତ ଭାଷଣରେ ଦୀର୍ଘଦିନ ହେଲେ କୋଭିଡ ଯୋଗୁଁ ପିଲାଙ୍କର ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ ହୋଇପାରୁନଥିଲା, ଉକ୍ତ ବାର୍ଷିକ ଉତ୍ସବ ପିଲାଙ୍କର ଶୈକ୍ଷିକ ଓ ସହ ଶୈକ୍ଷିକ କ୍ଷେତ୍ରରେ ଉତ୍ସାହିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ ବିବରଣୀପାଠ କରିଥିଲେ । ଶିକ୍ଷୟିତ୍ରୀ ସୁଧା ହୋତା ଅତିଥି ପରିଚୟ କରିଥିବା ବେଳେ ପଦ୍ମଜା ପତି ଧନ୍ୟବାଦ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।

ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରିବା ପରେ ଛାତ୍ରୀ ମାନଙ୍କଦ୍ୱାରା ଏକୋଇଶିଟି ଦଳ ଓଡିଶୀ, ସମ୍ବଲପୁରୀ, ଭଜନ ଓ ପରିବେଶ ସଚେତନତା ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରେଣୁପ୍ରଭା ବେହେରା, ରସିତା ସିଂ, କାତ୍ୟାୟିନୀ ପାଢ଼ୀ, କନକ ପ୍ରଭା ଦେବୀ ପଟ୍ଟନାୟକ, ସୁଜାତା ପୁରୋହିତ, ଅନିତା ସୁବୁଦ୍ଧି, ଲତିକା ପ୍ରଧାନ, ରଣଜିତ ନାଏକ, ସତ୍ୟନାରାୟଣ ସ୍ୱାଇଁ, ପଦ୍ମନାଭ ସୁବୁଦ୍ଧି, ଅଶୋକ ସୁବୁଦ୍ଧି, ହେମନ୍ତ ସାହୁ, ଚିନ୍ମୟ ପଥୁରୀମାଳି, ସୁପ୍ରିୟା ପଣ୍ଡା,ନମିତା ବେହେରା , ବିଜୟ କୁମାର ପ୍ରଧାନ, ବିଜୟ କୁମାର ଖେତି, ସନ୍ତୋଷ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ । ବହୁ ସଂଖ୍ୟାରେ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ରୀ ଓ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 − 8 =