ବକେୟା ବିଲ ନଦେବାରୁ ଯାତ୍ରୀ ବିଶ୍ରାମଗାରକୁ କଣ୍ଟାରେ ଆବଦ୍ଧ କଲେ ଶ୍ରମିକ

0 78

ଜହ୍ନାପଙ୍କ : ଯାତ୍ରୀମାନେ ବସକୁ ଅପେକ୍ଷା କରିବା ପାଇଁ ପ୍ରତି ଛକ ଗୁଡିକରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇଛି । ବିଡମ୍ବନା ଜହ୍ନାପଙ୍କ ଏକ ମୁଖ୍ୟ ଛକ ହୋଇଥିବା ବେଳେ ଏହି ଛକ ଉପରେ ଖୁଂଟବନ୍ଧ, ଲଷ୍ମୀପ୍ରସାଦ, ପଦ୍ମନପୁର, ତେଲିବନ୍ଧ, ମୁଣ୍ଡାପଡା, ବ୍ରାହ୍ମଣୀପାଲି ଆଦି ପଂଚାୟତର ଲୋକମାନେ ଦୂର ଦୁରାନ୍ତକୁ ଯିବାପାଇଁ ଏହି ଛକରେ ଖରା,ବର୍ଷା, ଶୀତ କାକରରେ ବସକୁ ଅପେକ୍ଷା କରିଥାନ୍ତି । ଏଠାରେ ଯାତ୍ରୀ ବିଶ୍ରାମଗାର ନଥିବାରୁ ବିଶେଷ କରି ଖରା ଓ ବର୍ଷା ଦିନେ ଲୋକ ପ୍ରଭାବିତ ହୋଇଥାନ୍ତି । ଏ ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ୨୦୧୮ ମସିହା ନଭେମ୍ବର ୪ ତାରିଖରେ ସ୍ଥାନୀୟ ବିଧାୟକ ଶୁଭ ଦେଇଥିଲେ । କିନ୍ତୁ କୌଣସି ଅର୍ଥ ମଞ୍ଜୁର କରି ନଥିଲେ । ଏହାର ୩ ବର୍ଷ ପରେ ବି ଯାତ୍ରୀ ବିଶ୍ରାମଗାର ନହେବାରୁ ସ୍ଥାନୀୟ କିଛି ସ୍ୱେଚ୍ଛାସେବୀ ପୂର୍ବତନ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କୁ ଯାତ୍ରୀ ବିଶ୍ରାମଗାର ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଏହାକୁ ଗୁରୁତ୍ୱ ଦେଇ ସରପଞ୍ଚ ଶ୍ରୀ ପ୍ରଧାନ ଯାତ୍ରୀ ବିଶ୍ରାମଗାର ପାଇଁ ପଞ୍ଚମ ଅର୍ଥ କମିଶନଙ୍କ ଅନୁଦାନରୁ ୩ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଏବଂ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟ ଅନୁସାରେ ୨ ଲକ୍ଷ ୮୫ ହଜାର ୭୨୩ ଟଙ୍କା କନିଷ୍ଠ ଯନ୍ତ୍ରୀ ବିଲ କରିଥିଲେ ମଧ୍ୟ ପିଇଓ ଶମ୍ଭୁ ପ୍ରସାଦ କ୍ଷେତୀ ଅର୍ଥ କମଥିବା ଦର୍ଶାଇ ମାତ୍ର ୨ ଲକ୍ଷ ଟଙ୍କା ଉଠାଣ କରି ୧ ଲକ୍ଷ ୯୨ ହଜାର ଟଙ୍କା ସରପଞ୍ଚଙ୍କୁ ଲିଖିତ ପ୍ରଦାନ କରିଥିଲେ । ବାକି ଅର୍ଥ ଟଙ୍କା ଆସିଲେ ଦିଆଯିବ କହି ସମୟ ଗଡାଇ ଚାଲିଥିବା ବେଳେ ଆଜକୁ ୫ ମାସରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଅର୍ଥ ପ୍ରଦାନ କରାଯାଇନାହିଁ । ବକେୟା ବିଲ୍‌ ନମିଳିବାରୁ ଏହି ବିଶ୍ରାମଗାରକୁ କଣ୍ଟାରେ ଶ୍ରମିକମାନେ ଆବଦ୍ଧ କରିଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three + eleven =