ଡିଜାଇନରେ ପରିବର୍ତ୍ତନ ଯୋଗୁଁ ଫ୍ଲାଇଓଭର ନିର୍ମାଣରେ ହେଉଛି ବିଳମ୍ବ

0 148

ସମ୍ବଲପୁର: ସମ୍ବଲପୁର ମହାନଗରୀର ହୃଦୟସ୍ଥଳରେ ନିର୍ମାଣାଧୀନ ଫ୍ଲାଏଓଭର ସମ୍ପୂର୍ଣ୍ଣ ହେବାରେ ବିଳମ୍ୱ ପାଇଁ ଲୋକେ ଏହାର ମଞ୍ଜୁରୀ ପ୍ରାପ୍ତ ଡିଜାଇନରେ ପରିବର୍ତ୍ତନକୁ ଦାୟୀ କରିଛନ୍ତି । ଏ ବିଷୟରେ ଆଜି ଅନୁଷ୍ଠିତ ଜନଶୁଣାଣୀରେ ଏଭଳି ଅଭିଯୋଗଗୁଡିକ ଶୁଣିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଆଜିର ଜନଶୁଣାଣୀର ଅଧ୍ୟକ୍ଷତା କରିଥିଲେ । ଆଜି ପ୍ରାପ୍ତ ପ୍ରମୁଖ ଅଭିଯୋଗ ଅନୁସାରେ ଫ୍ଲାଏଓଭର ପଟରୁ ତୃତୀୟ ଓ ଚତୁର୍ଥ ପିଲାର (ସ୍ତମ୍ଭ)କୁ ଆଶାପାଲି ସ୍କୁଲ ଆଡ଼କୁ ଖସେଇ ଦିଆଯାଇଛି ଯାହାକି ପ୍ରଥମରୁ ମଞ୍ଜୁରୀ ପ୍ରାପ୍ତ ଡିଜାଇନରେ ନ ଥିଲା । ଏହା ଫଳରେ ସଂଲଗ୍ନ ସର୍ଭିସମାର୍ଗ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଛି ଓ ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ପ୍ରଚଣ୍ଡ ବିରୋଧ ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଫ୍ଲାଏଓଭର ଉଦଘାଟନ ମଧ୍ୟ ଅଟକି ରହିଛି । ଡିଜାଇନରେ ଏଭଳି ବିଚ୍ୟୁତି ଓ ପରିବର୍ତ୍ତନ ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ କରାଯାଇଛି ଓ ସେଥିରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ନିଜ ସ୍ପଷ୍ଟୀକରଣ ରଖିପାରି ନାହାନ୍ତି ।

hiranchal ad1
Leave A Reply

Your email address will not be published.

10 − 7 =