ଶୀତଳଷଷ୍ଠୀ ଯାତ୍ରାର ନୃସିଂହ ନିଉତା ବିଧି ଅନୁସାରେ ସମସ୍ତ ଦେବଦେବୀ ନିମନ୍ତ୍ରିତ

0 67

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ନୃସିଂହ ନିଉତା ବିଧି ଅନୁସାରେ ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ପକ୍ଷରୁ ଗତ ରାତିରେ ସମସ୍ତ ଦେବଦେବୀ ନିମନ୍ତ୍ରିତ ହୋଇଛନ୍ତି । କହିବାକୁ ଗଲେ ମହାଦେବ ଶିବଙ୍କ ସହିତ ଆଦିମାତା ମହାଶକ୍ତି ପାର୍ବତୀଙ୍କ ଏହି ବିବାହ ବାସ୍ତବରେ ଅଲୋକିକ କିନ୍ତୁ ଏହା ମନୁଷ୍ୟ ଦ୍ୱାରା ହେଉଥିବାରୁ ଏଥିରେ ଅନେକ ଲୌକିକ ପରମ୍ପରା ରହିଛି ।

hiring

ଏହି ବିବାହ ପାଇଁ ଏଠାକାର ସମସ୍ତ ମନ୍ଦିର ସ୍ଥିତ ଦେବାଦେବୀଙ୍କୁ ନିମନ୍ତ୍ରଣ ଦେବାର ଦାୟିତ୍ୱ ସ୍ୱୟଂ ନୃସିଂହ ପ୍ରଭୁ ବହନ କରିବାର ପରମ୍ପରା ରହିଛି, ଏଣୁ ବିରାଟ ଶୋଭାଯାତ୍ରାରେ ପ୍ରଭୁ ନିମନ୍ତ୍ରଣ ଦେବା ପାଇଁ ବାହାରନ୍ତି । ଏହି ପରମ୍ପରା ଅନୁଯାୟୀ ଗୁଆ, ହଳଦୀ, ମିଷ୍ଟାନ୍ନ ଓ ହଳଦିଆ ଗାମୁଛା ଦେଇ ସବୁ ଦେବାଦେବୀଙ୍କୁ ନିମନ୍ତ୍ରଣ ଦେବାକୁ ହୁଏ । ଗତ ରାତିରେ ନନ୍ଦପଡ଼ା ପକ୍ଷରୁ ଏହାର ଶୁଭାରମ୍ଭ ପରେ ଆଜି ବାକି ସବୁ ଶିବାଳୟରେ ଏହା ପ୍ରତିପାଳିତ ହେବ । ଏଥିପାଇଁ ସମଗ୍ର ସହରକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ଓ ସବୁଆଡେ ଉତ୍ସବର ବାତାବରଣ ପରିଲକ୍ଷିତ ହେଉଛି ।

hiranchal ad1
Leave A Reply

Your email address will not be published.

4 + twenty =