ଯୋଗ ହିଁ ସ୍ୱାସ୍ଥ୍ୟ ପାଇଁ ଅମୂଲ୍ୟ ବରଦାନ,ହୋମିଓପାଥିକ କଲେଜରେ ଯୋଗ ଦିବସ

0 60

ସମ୍ବଲପୁର: ଯୋଗ ହିଁ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବରଦାନ । ଏଣୁ ଏବିଷୟରେ ଜନ ସଚେତନତା ବୃଦ୍ଧି ପାଇଲେ ନିରୋଗ ଜୀବନ ସମ୍ଭବ ବୋଲି ଆଜି ସରକାରୀ ହୋମିଓପାଥି ମେଡିକାଲ କଲେଜ ଓ ରିସର୍ଚ୍ଚ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସରେ ବକ୍ତାମାନେ ଗୁରୁତ୍ୱ ଦେଇଛନ୍ତି ।
ନିର୍ଦ୍ଦେଶକ ଆୟୁଷ ଓଡିଶା ସରକାର ଓ ଭାରତ ସରକାଙ୍କ ଆୟୁଷ ମନ୍ତ୍ରଣାଳୟ ତରଫରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା. ସୁଧାଂଶୁ ଶେଖର ସିଂହଙ୍କ ଅଧ୍ୟକ୍ଷତାରେ ପ୍ରଭାତ ଫେରି, ଯୋଗ, ସଚେତନତା ରାଲି ଓ କର୍ମଶାଳାର ଆୟୋଜନ ହୋଇଥିଲା । ଏହି କର୍ମଶାଳାରେ ଯୋଗ ୱିଲନେସ୍‌ କେନ୍ଦ୍ରର ଡା.ସତ୍ୟନାରାୟଣ ଠାକୁର,ଯୋଗାଚାର୍ଯ୍ୟ ସୁଦାମ ଭୋଇ ଓ ଧର୍ମଚନ୍ଦ୍ର ମୁଙ୍ଗେର, ଆୟୁର୍ବେଦ ଡା.ରାଜାରାମ ଷଡଙ୍ଗୀ ଯୋଗଦେଇ ରୋଗ ଓ ଯୋଗ ମଧ୍ୟରେ ଜନ ଜୀବନରେ ସଂପର୍କକୁ ନେଇ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।

hiring

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କନଫରେନ୍ସ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ କନଫରେନ୍ସ ପରେ ଯୋଗଗୁରୁ ଡଃ ସତ୍ୟନାରାୟଣ ଠାକୁରଙ୍କ ଦ୍ୱାରା ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା । ଏଥିରେ ନେହେରୁ ଯୁବ କେନ୍ଦ୍ର ଓ ଏନଏସଏସ କର୍ମକର୍ତ୍ତା ମଧ୍ୟ ଯୋଗଦେଇ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × five =