ପାଇପ୍ ଷ୍ଟାକ୍‌ୟାର୍ଡରେ ନିଆଁ, ଜଳିଗଲା ଗଚ୍ଛିତ ପାଇପ୍

0 296

ପାରାଦୀପ:ପାରାଦୀପସ୍ଥିତ ପାରାଦୀପ ରିଫାଇନାରୀ ନିକଟରେ ଏକ ପାଇପ୍ ଷ୍ଟାକ୍‌ୟାର୍ଡରେ ଅଗ୍ନିକାଣ୍ଡ ଘଟିବାରୁ ସେଠାରେ ଗଛିତ ପାଇପ୍ ଗୁଡିକ ଜଳିଯାଇଛି । ଘଟଣାରୁ ପ୍ରକାଶଯେ, ସୋମବାର ଦିନ ପୂର୍ବାହ୍ନରେ ପାରାଦୀପ ରିଫାଇନାରି ନିିକଟରେ ଟେକ୍ନୋମାଉଣ୍ଟ-ମେଣ୍ଟାଲକ୍ରାଫ୍ଟ କମ୍ପାନୀର ପାଇପ୍ ଷ୍ଟାକୟାର୍ଡରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ହୁତୁହୁତୁ ହୋଇ ଜଳିବାରେ ଲାଗିଥିଲା । କଳା ଧୂଆଁ ସମଗ୍ର ଅଂଚଳରେ ବ୍ୟାପି ଯାଇଥିଲା । ଆଇଓସିଏଲ୍‌ର ତୈଳ ପାଇପ୍ ଲାଇନ୍ ବିଛାଇବା ପାଇଁ ଏହି ପାଇପ୍ ଗୁଡିକ ଗଛିତ ହୋଇ ରହିଥିଲା । ଅଗ୍ନିକାଣ୍ଡ ଖବର ପାଇ ଆଇଓସିଏଲ୍‌, ଇଫକୋ, ପିପିଏଲ, ପାରାଦୀପ ବନ୍ଦର ସମେତ କୁଜଙ୍ଗ ଅଗ୍ନିଶମ ବିଭାଗରୁ ୭ଗୋଟି ଦମକଳ ପହଂଚି ନିଆଁକୁ ଆୟତ୍ତ କରିବାରେ ଲାଗିଥିଲେ । ଏହି ପାଇପ୍ ଉପରେ ପିଚୁ ଓ ପ୍ଲାଷ୍ଟିକ କୋଟିଂ ରହିଥିବାରୁ ନିଆଁ ଲିଭାଇବାକୁ ଫୋମ୍ ଓ ପାଣି ବ୍ୟବହାର କରାଯାଇଥିଲା । ଷ୍ଟାକ୍‌ୟାର୍ଡର ଅପରପାଶ୍ୱର୍ରେ କାର୍ବନ କାରଖାନା ଥିବା ଥିବା ବେଳେ ଅନତିଦୂରରେ ଏକ ପେଟ୍ରୋଲ ପମ୍ପ ରହିଥିବା ବେଳେ ରାସ୍ତାର ଅନ୍ୟପାଖରେ ପାରାଦୀପ-ହଳଦିଆ ପାଇପ୍ ଲାଇନ୍ ରହିଛି । ଯାହାକି ବିପଦ ସୃଷ୍ଟି କରିବା ନେଇ ସନ୍ଦେହ କରାଯାଉଛି ।

hiranchal ad1
Leave A Reply

Your email address will not be published.

2 × three =