ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କଲେ ଏଏସ୍‌ଆଇର ବୈଷୟିକ ଟିମ୍‌, ୧୦ ଦିନରେ ସରିବ ରୋଷଘର ଚଟାଣ ମରାମତି କାର୍ଯ୍ୟ

0 87

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ପହଁଚିଲେ ଏଏସ୍‌ଆଇର ବୈଷୟିକ ଟିମ । ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ, ଦିଲ୍ଲୀର କଂଜରଭେସନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଭିମା, ଏଏସଆଇ ଓଡିଶା ମୁଖ୍ୟ ଅରୁଣ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ । ଗର୍ଭଗୃହ ଭିତରେ ଥିବା ଅବସ୍ଥା ତଥା କଳାହାଟ ଦ୍ୱାରରେ ରୂପା ଛାଉଣୀ ଲଗାଯିବା ସମ୍ପର୍କରେ ଅନୁଧ୍ୟାନ କରିଥିଲା ଟିମ । ରଥଯାତ୍ରା ସମୟରେ ପ୍ରତିବର୍ଷ ବୈଷୟିକ ଟିମ ଦ୍ୱାରା ଗର୍ଭଗୃହ ଯାଂଚ ଓ ଆବଶ୍ୟକୀୟ ମରାମତି କରାଯାଇଥାଏ । କେମିକାଲ ଇଂଜିନିୟର ରଞ୍ଜନା ପୁସ୍କରଙ୍କ ସମେତ ରାଜ୍ୟ ପୂର୍ତ୍ତ ବିଭାଗର ଅଧିକାରୀ ଏହି ଯାଞ୍ଚରେ ସାମିଲ ହୋଇଥିଲେ ।
ଶ୍ରୀମନ୍ଦିର ରୋଷଘର ଚଟାଣର ମରାମତି କାର୍ଯ୍ୟ ୧୦ ଦିନ ଭିତରେ ଶେଷ କରାଯିବ । ଗର୍ଭଗୃହ ଭିତରେ କରାଯିବ କ୍ଲିନିଂ । ଜଗମୋହନ ଓ ନାଟମଣ୍ଡପର ସ୍ଥିତି ସଠିକ୍‌ ରହିଛି । କଳାହାଟ ଦ୍ୱାରର ରୂପାଛାଉଣୀ ଶୀଘ୍ର ଶେଷ ହେବ । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ସିସିଟିଭି ସଂସ୍ଥାପନ ନେଇ ଏଏସଆଇ ଡିଜିଙ୍କୁ ଚିଠି ଲେଖାଯାଇଛି । ଅନୁମତି ମିଳିବା ପରେ ଖୁବଶୀଘ୍ର ସିସିଟିଭି ଲାଗିବ । ଏଏସଆଇ ଓଡିଶା ମୁଖ୍ୟ ତଥା ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଯାଞ୍ଚ ପରେ ଏହି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × 1 =