ଆଇପିଏଲ ବିବାଦକୁ ନେଇ ଏମିତି କହିଲେ ଜାଡେଜା

0 59

ନୂଆଦିଲ୍ଲୀ : ।ଆଇପିଏଲ ବିବାଦ ସଂପର୍କରେ ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା କହିଛନ୍ତି ଯେ, ଯାହା ହେଇଗଲା ହୋଇଗଲା । ସେ ସଂପର୍କରେ ମୋର ଆଉ ଧ୍ୟାନ ନାହିଁ । ଏବେ ଭାରତ ପାଇଁ ଖେଳୁଛି ତାହା ଉପରେ ମୋର ଧ୍ୟାନ ରହିଛି । ଗତ ଆଇପିଏଲ ସିଜିନରେ ପ୍ରଥମ ଥର ପାଇଁ ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ହୋଇଥିଲେ ଓ ତାଙ୍କର ବ୍ୟକ୍ତିଗତ ଖରାପ ପ୍ରଦର୍ଶନ ସହ ଟିମର ପ୍ରଦର୍ଶନ ନିମ୍ନମୁଖୀ ହେବାରୁ ଶେଷରେ ଅଧିନାୟକ ପଦ ଛାଡିଥିଲେ । ଏପରିକି ସେ ଏହି ସିଜିନରେ ଆହତ କାରଣରୁ ସମସ୍ତ ମ୍ୟାଚରେ ଉପଲବ୍ଧ ହୋଇପାରିନଥିଲେ । ଏଭଳି ପରିସ୍ଥିତିରେ ସେ ପୁଣିଥରେ ଏମଏସ ଧୋନିଙ୍କୁ ଅଧିନାୟକ କମାଣ୍ଡ ଫେରାଇବାକୁ ବାଧ୍ୟ ହୋଇଥିଲେ । ସେତେବେଳେ ଚେନ୍ନାଇ ସୁପରକିଙ୍ଗସ ଓ ଜାଡେଜାଙ୍କ ମଧ୍ୟରେ ବିବାଦ ଚାଲିଥିବା ଚର୍ଚ୍ଚାର ହୋଇଥିଲା ।
ଏଜବେଷ୍ଟନରେ ଚାଲିଥିବା ଇଂଲଣ୍ଡ ଓ ଭାରତ ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡେଜା ଶତକ ଅର୍ଜନ କରି ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହା ଜାଡେଜାଙ୍କ ବିଦେଶ ଗସ୍ତରେ ପ୍ରଥମ ଶତକ । ଏହି ଶତକ ଏମିତି ସମୟରେ ଆସିଛି, ଯେତେବେଳେ ମ୍ୟାଚର ପ୍ରଥମ ଦିନରେ ୧୦୦ ରନ୍‌ ମଧ୍ୟରେ ପାଞ୍ଚଟି ୱିକେଟ୍‌ ହରାଇବା ପରେ ଭାରତର ଅବସ୍ଥା ଭଲ ନଥିଲା । ଏଥିପାଇଁ ସେ କହିଛନ୍ତି, “ଭାରତ ବାହାରେ ବିଶେଷ କରି ଇଂଲଣ୍ଡରେ ଏକ ଶତକ କରିବା ପ୍ରକୃତରେ ଭଲ ଲାଗେ । ଜଣେ ଖେଳାଳି ଭାବରେ ୧୦୦ ରନ୍‌ ସ୍କୋର କରିବା ପ୍ରକୃତରେ ଏକ ବଡ କଥା । ମୁଁ ଏଥିରୁ ଜଣେ ଖେଳାଳି ଭାବରେ ନିଜ ଉପରେ କିଛି ଆତ୍ମବିଶ୍ୱାସ ପାଇଛି ।” ବିଶେଷକରି ସ୍ୱିଙ୍ଗ୍‌ କଣ୍ଡିସନରେ ଇଂଲଣ୍ଡରେ ୧୦୦ ରନ୍‌ ସ୍କୋର କରିବା ବହୁତ ବଡ କଥା ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 5 =