ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାସ୍ତା କାଦୁଅ ପଚପଚ

0 77

ଖପ୍ରାଖୋଲ,୩/୭ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷାହେଲେ ରାସ୍ତା କାଦୁଅ ପଚପଚ ହେଉଥିବା ଦେଖାଯାଉଛି । ଏହି ଡାକ୍ତରଖାନା ଉପରେ ଖପ୍ରାଖୋଲ ଅଞ୍ଚଳ ଓ ଆଖପାଖ ବହୁସଂଖ୍ୟକ ଗାଁ ଓ ବେଲପଡା ବ୍ଲକର ଲୋକେ ମଧ୍ୟ ନିର୍ଭର କରିଥାନ୍ତି । କିନ୍ତୁ ପ୍ରଶାସନର ଅବହେଳା ହେତୁ ବର୍ଷା ହେଲେ ପାଣି ଜମିରହି ରାସ୍ତା କାଦୁଅ ହୋଇଯାଉଚି । ଫଳରେ ଡାକ୍ତରଖାନାକୁ ଆସୁଥିବା ରୋଗୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରୋଗୀଙ୍କୁ ଧରି ସମ୍ପର୍କୀୟମାନେ କାଦୁଅ ପଚପଚ ରାସ୍ତାରେ ଯିବାଆସିବା କରିବାକୁ ବାଧ୍ୟ ହେଉଛନ୍ତି । । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଶୀଘ୍ର ଏହି ରାସ୍ତା ମରାମତି କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 × one =