କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ପାଳିତ

0 55

ଗଜପତି,୩/୭- ପାରଳାଖେମୁଣ୍ଡିର ଗୌରବ ଓ ଗର୍ବ ତଥା ଗୌଡୀୟ ପରମ୍ପରାର ବରିଷ୍ଠ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୯ ତମ ଜୟନ୍ତୀ ସମାରୋହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଭକ୍ତି ସଙ୍ଗୀତ ସଂସଦ ନାଟକ ଏକାଡେମୀର ଉପ ସଭାପତି ଶ୍ରୀ ମନ୍ମଥ କୁମାର ଶତପଥୀଙ୍କ ସଭାପତିତ୍ୱରେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ଭକ୍ତି ସଙ୍ଗୀତ ସଂସଦର ସଭାପତି ବସନ୍ତ ଦାସ ପ୍ରମୁଖ ମଞ୍ଚା ସିନ ଅତିଥିଭାବେ ଯୋଗଦେଇ ଭକ୍ତକବି ଗୋପାଳକୃଷ୍ଣଙ୍କ ପଦ୍ୟାବଳୀ କୃତି ଓ ଗୌଡିୟ ବୈଷ୍ଣବ ପରମ୍ପରା ଉପରେ ଆଲୋଚନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ । ସଂସଦର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ଗୁରୁ ସୁଶ୍ରୀ ଡି. ପ୍ରିୟଙ୍କା ଚିତ୍ତାକର୍ଷକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଓଡିଶୀ ସଂଗୀତଜ୍ଞ ଗୁରୁ ରଘୁନାଥ ପାତ୍ର ଓ ତାଙ୍କ ସାଥି ଭକ୍ତକବି ଗୋପାଳ କୃଷ୍ଣଙ୍କ ରଚନା ପଦ୍ୟାବଳୀରୁ ସଙ୍ଗୀତ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଗଠନର ସମ୍ପାଦକ ରାଜେନ୍ଦ୍ର ରଥ, ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଗିରିଶ ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 4 =