ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରରେ ୭୩ ତମ ବନ ମହୋତ୍ସବ ପାଳିତ

0 56

ଖପ୍ରାଖୋଲ,୩/୭ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଖପ୍ରାଖୋଲ ବନପାଳ ଶ୍ରୀଯୁକ୍ତ ଗିରିଧାରୀ ନାଗ ମୁଖ୍ୟଅତିଥି , ମୋହନ ସୁନା ମୁଖ୍ୟବକ୍ତା , ଧଣ୍ଡାମୁଣ୍ଡା ବନରକ୍ଷକ, ଘୁନସର ସରପଞ୍ଚ ଶ୍ରୀମତୀ ଅନୁସୂୟା ସାହୁ , ସୁଧୀର ଜେନା , ବିଦ୍ୟାଳୟ ସଭାପତି ବିକାଶ ଦାସ , ସମାଜସେବୀ ଟେକେନ୍ଦ୍ର ଜାଲ , ଶିକ୍ଷାବିତ ମାୟାଧର ସାହୁ , ସମାଜସେବୀ ଜଲ ତାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରଗତି ପଞ୍ଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ସଭାରେ ସଭାପତିତ୍ୱ କରିଥିଲେ । ପ୍ରଥମେ ଅତିଥି ସମୁହ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ନିଜ ବକ୍ତବ୍ୟରେ ଅତିଥିମାନେ ବୃକ୍ଷରୋପଣର ମହତ୍ୱ , ବୃକ୍ଷର ସମାଜ ପ୍ରତି ଥିବା ଅବଦାନ ବିଷୟରେ କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ବହୁସଂଖ୍ୟାରେ ବୃକ୍ଷରୋପଣ କରିବାକୁ କହିଥିଲେ । ସଭା ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ବନ ବିଭାଗ ତରଫରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଦୀପାଞ୍ଜଳି ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଝରଣା କର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

15 − five =