ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

0 46

ପୁରୀ : ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ । ଆଜି ସକାଳୁ ଆଡ଼ପ ମଣ୍ଡପ ଦର୍ଶନ ପାଉଛନ୍ତି ଭକ୍ତ । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ହେଲେ ଚଳିତ ବର୍ଷ କୋଭିଡ ପ୍ରକୋପ କମ ଯୋଗୁ ସାଧାରଣ ଦର୍ଶନ ନେଇ କୌଣସି କଟକଣା ନାହିଁ । ତେବେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ କରି ଭକ୍ତ ବିଭୋର ହୋଇଛନ୍ତି । ସେହିପରି ଆଜି ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ଭକ୍ତଙ୍କ ପାଇଁ ଉପଲବ୍ଧ ହେବ । ଏହି ଆଡ଼ପ ଅବଢ଼ା ପାଇବାକୁ ପୁରୀକୁ ହଜାର ହଜାର ଲୋକଙ୍କ ସୁଅ । ଗୁଣ୍ଡିଚା ମନ୍ଦିରରୁ ଏକ କିଲୋମିଟର ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଛି ।

hiring
hiranchal ad1
Leave A Reply

Your email address will not be published.

twelve + seven =