ସୁବର୍ଣ୍ଣପୁର ଜିଲ୍ଲାକୁ ଉଡାଣ ଯୋଜନାରେ ସାମିଲ କରିବାକୁ ଦାବି

0 127

ସୁବର୍ଣ୍ଣପୁର : ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ଓଡ଼ିଶାର ମାନ୍ୟବର ପରିବହନ ଓ ଯୋଜନା ରୂପାୟନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ତାଙ୍କ ସୁବର୍ଣ୍ଣପୁର ସ୍ଥିତ ବାସ ଭବନରେ ସାକ୍ଷାତ କରି ପ୍ରସ୍ତାବିତ ଗୋପାଳପୁର ସମ୍ବଲପୁର ରେଳପଥ ସୁବର୍ଣ୍ଣପୁର ଜିଲ୍ଲା ଦେଇଯିବା ଓ ଉଡାଣ୍‌ ଯୋଜନାରେ ଏକ ବିମାନବନ୍ଦର ସ୍ଥାପନ ସକାଶେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ପ୍ରସ୍ଥାବିତ ରେଳପଥଟି ରାଜାରାଜୁଡା ସମୟରୁ ପ୍ରସ୍ତାବ ରହିଥିବା କଥା ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ । ଏହା ହେବା ଦ୍ୱାରା ଏହି ଅଞ୍ଚଳର ଲକ୍ଷାଧିକ ଲୋକମାନେ ଉପକୃତ ହୋଇପାରିବା ସହ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ସହ ସିଧାସଳଖ ଯୋଗାଯୋଗ ହେବା ସହ ରାୟପୁର ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ମଧ୍ୟ ଯାତାୟାତ ବୃଦ୍ଧି ପାଇ ବ୍ୟବସାୟ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇବ, ସେଥିପାଇଁ ଏହାକୁ ଅଗ୍ରାଧିକାର ଭିତ୍ତିରେ ଦେଖିବାକୁ ଜିଲ୍ଲାବାସୀ ଆଶା କରିଥିବା ପ୍ରକାଶ କରିଥିଲେ । ସେହିପରି
ଉଡାଣ୍‌ ଯୋଜନା ନେଇ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଞ୍ଚ ଦେଇଥିବା ଦାବିପତ୍ରର ଉତ୍ତର ସମ୍ୱନ୍ଧରେ ମାନ୍ୟବର ମନ୍ତ୍ରୀଙ୍କୁ ଜଣାଇଥିଲେ । ଏହି ସମ୍ୱନ୍ଧୀୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୦୨୨ ତା ୮: ୪ ୨୨ ଅନୁସାରେ ମହା ପ୍ରବନ୍ଧକ (ଯୋଜନା) ସତ୍ୟଜିତ ଦତ୍ତ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ରଙ୍କୁ ବର୍ତ୍ତମାନ ସୁଦ୍ଧା ଓଡିଶା ସରକାରଙ୍କଠାରୁ ସୁବର୍ଣ୍ଣପୁର ଠାରେ ବିମାନ ବନ୍ଦର ପାଇଁ କୋଣସି ପ୍ରସ୍ତାବ ଆସିନାହିଁ ବୋଲି ଉଲ୍ଲେଖ କରିଥିବା କଥା ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣି ଜିଲ୍ଲାରେ ଉଡାଣ ଯୋଜନାରେ ଏକ ବିମାନ ବନ୍ଦର କରିବା ସକାଶେ ଓଡିଶା ସରକାର ଶୀଘ୍ର ଏକ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରିଥିଲେ ।
ଆଜିର ଏହି ଆଲୋଚନାରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖରମିଶ୍ର, ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ପ୍ରଦୀପ ପୁରୋହିତ, ଦୁଃଖିରାମ ନାୟକ, ବିନୋଦ ମେହେର, ନୀଳମାଧବ ଗୁରୁ, ନବଘନ ସାଣ୍ଢ, ଶିବରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

five × four =