ଚିଲିକା ବିଧାୟକଙ୍କୁ ଛେଚିଲେ ଜନତା, ରକ୍ତ ଜୁଡୁବୁଡୁ ହୋଇ ମେଡିକାଲ ଗଲେ

0 136

ଭୁବନେଶ୍ୱର : ଉତ୍ପାତ ହେଲେ, ମାଡ ଖାଇଲେ , ରକ୍ତ ଜୁଡୁବୁଡୁ ହୋଇ ମେଡିକାଲ ଗଲେ । ଶନିବାର ଏମିତି କିଛି ଘଟଣା ଘଟିଥିଲା ବାଣପୁର ବ୍ଲକ ସମ୍ମୁଖରେ । ୨୦ଜଣରୁ ଅଧିକ ଲୋକଙ୍କ ଉପରେ ଚଢାଇଦେଲେ ଗାଡି । ଏଥିରୁ ବାଦ୍‌ ପଡିଲେନି ଥାନାଅଧିକାରୀ କି ସାଧାରଣଲୋକ ।  ପରିସ୍ଥିତି ଏପରି ହେଲା କି ସାଧାରଣଲୋକଙ୍କ ଆକ୍ରୋଶର ଶିକାର ହେଲେ ବାହୁବଳୀ ବିଧାୟକ । ଉତ୍ୟକ୍ତ ଲୋକେ ବିଧାୟକଙ୍କୁ  ନିଘାତିଆ ଛେଚିଲେ, ଦାମୀ କାର୍‌କୁ ଭାଙ୍ଗିରୁଜି ଚୁର୍‌ମାର କରିଦେଲେ । ଗୁରୁତର ଅବସ୍ଥାରେ ବିଧାୟକଙ୍କୁ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା ପ୍ରକାଶ ପାଇଛି । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।  ଜଣେ ଜନ ପ୍ରତିନିଧି ହୋଇ ଏପରି କେମିତି କଲେ, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

hiring

ଖବର ଅନୁଯାୟୀ,  ଅଧ୍ୟକ୍ଷ ନିର୍ବାଚନ ଲାଗି ବାଣପୁର ବ୍ଲକ ସମ୍ମୁଖରେ ଭିଡ ଜମିଥିଲା । ଠିକ୍‌ ଏହି ସମୟରେ ବିଧାୟକଙ୍କ ଗାଡି ଭିଡ ଭିତରକୁ ମାଡିଯାଇଥିଲା । ଯେଉଁଥିରେ କି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ ମଧ୍ୟରେ କିଛି ପୋଲିସ କର୍ମୀ, ମହିଳା, ସାମ୍ବାଦିକ ଥିବା ଜଣାପଡିଛି । ଏପିରିକି ଜଣେ ପୋଲିସ କର୍ମୀଙ୍କ ଗୋଡ ଓ ହାତ ଭାଙ୍ଗିଯାଇଥିବାର ଖବର ରହିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଦାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରୁ ୩ଜଣଙ୍କୁ ଭୁବନେଶ୍ୱର ଏମ୍‌ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଏପରି ଘଟଣା ପରେ ଆକ୍ରୋଶର ଶିକାର ହୋଇଥିଲେ ବିଧାୟକ । ଉତ୍ୟକ୍ତଲୋକ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗାଡିରୁ ଟାଣି ଆଣି ଆକ୍ରମଣ କରିଥିଲେ । ଏପରିକି ତାଙ୍କ ଗାଡିକୁ ମଧ୍ୟ ଉତ୍ୟକ୍ତ ଲୋକ ଓଲଟାଇ ଦେଇଥିଲେ । ଲୋକଙ୍କ ଆକ୍ରମଣରେ ବିଧାୟକ ଲହୁଲୁହାଣ ହୋଇଥିଲେ । ସମର୍ଥକମାନେ ବିଧାୟକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି  ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତରିତ କରାଯାଇଛି । ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏସ୍‌ପି ନିଜ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − 15 =