ଲଗାଣ ବର୍ଷାରେ ଧୋଇ ହୋଇଗଲା ଅସ୍ଥାୟୀ ପୋଲ

0 97

ରାୟଗଡା : ଝଂଜାବତୀ ନଦୀର ପ୍ରଖର ସ୍ରୋତରେ ଭୁଷୁଡି ଯାଇ ଧୋଇ ହୋଇଗଲା ଅସ୍ଥାୟୀ ପୋଲ । ଫଳରେ ପୋଡାମାରା- କୁମ୍ଭିକୋଟା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଚ୍ଛିନ୍ନାଚଳ ଭାବେ ରହିଛନ୍ତି ପୋଡାମାରୀ ଗ୍ରାମବାସିନ୍ଦା । ଉପର ମୁଣ୍ଡରେ ଗତକାଲି ରାତ୍ର ଠାରୁ ବର୍ଷା ଲାଗି ରହିଥିବାରୁ ଝଂଜାବତୀ ନଦୀର ପ୍ରଖରେ ସ୍ରୋତରେ ଧରାଶାୟୀ ହେଲା ଅସ୍ଥାୟୀ ପୋଲ । ଲଗାଣ ବର୍ଷା ହେଲେ ଯାତାୟତକୁ ନେଇ ବର୍ଷ ବର୍ଷ ଧରି ଚିନ୍ତାରେ ରହିଥାନ୍ତି ପୋଡାମାରା ଗାଁ ଲୋକେ । ରାୟଗଡା ଜିଲ୍ଲା ସଦର ବ୍ଳକ କୁମ୍ଭିକୋଟା ଗ୍ରାମ ପଂଚାୟତର ପୋଡାମାରା ଗାଁ ଲୋକେ ପକ୍କା ରାସ୍ତା ଓ ଝଂଜାବତୀ ନଦୀ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ବ୍ଳକ ଠାରୁ ଜିଲ୍ଲା ପ୍ରଶାସନ ପାଖେ ଗୁହାରୀ କଲେ ମଧ୍ୟ ଗାଁ ଲୋକଙ୍କ ଦାବି ପୂରଣ ଦିଗରେ ଆଖି ବୁଜି ଦେଇଛି ପ୍ରଶାସନ । ଗତ ଖରା ଦିନରେ ନିଜ ନିଜ ଭିତରେ ଚାନ୍ଦା କରି ଗାଁ ଲୋକେ ନିର୍ମାଣ କରିଥିଲେ ଅସ୍ଥାୟୀ ପୋଲ । ଆଜି ସକାଳୁ ଝଂଜାବତୀ ନଦୀରେ ପ୍ରଖର ଜଳ ପ୍ରବାହିତ ହେଉଥିବାରୁ ପୋଡାମାରା ଗାଁ ଲୋକେ ନଦୀ ପାର ହୋଇ କୁମ୍ଭିକୋଟାକୁ ଯାଇ ପାରୁ ନ ଥିବା ବେଳେ ଜିଲ୍ଲା ସଦର ମହକୁମା ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।

hiranchal ad1
Leave A Reply

Your email address will not be published.

14 − eight =