ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ

0 99

ସମ୍ବଲପୁର : ସମ୍ବଲପୁରର ସର୍ବପୁରାତନ ନନ୍ଦପଡା, ଝାଡୁଆପଡା ଓ ମୋଦିପଡା ଶୀତଳଷଷ୍ଠୀ ଯାତ୍ରା କମିଟି ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳ ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ରାଜ୍ୟ ଶାସକ ଦଳର ବିଧାୟକ ପ୍ରଣବ କିଶୋର ଦାଶ (ବବି) ଙ୍କୁ ସାକ୍ଷାତକାର କରିଛନ୍ତି । କମିଟିର ପ୍ରତିନିଧି ଦଳ ଉଭୟ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀମାନଙ୍କୁ କୋଭିଡର କରାଳ ସଙ୍କଟର ୨ ବର୍ଷ ପରେ ଆୟୋଜିତ ହେଉଥିବା ୩ ଶହ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ଧାର୍ମିକ ମହୋତ୍ସବ ଶୀତଳଷଷ୍ଠୀ ଯାତ୍ରାକୁ ନିମନ୍ତ୍ରଣ କରିଛନ୍ତି ।

hiring

ରେଢାଖୋଲ ବିଧାୟକ ତଥା ସରକାରୀ ଉପ ମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସହିତ ପ୍ରତିନିଧି ମଣ୍ଡଳ ମନ୍ତ୍ରୀ ମାନଙ୍କୁ ଶୀତଳଷଷ୍ଠୀ ଯାତ୍ରାର ଫଟୋ ଚିତ୍ର ପ୍ରଦାନ କରି ଯାତ୍ରା ସର୍ମ୍ପକରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ଉପଯୁକ୍ତ ସ୍ଥାନ ଦେବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟିର ସୁଶାନ୍ତ ପୁରୋହିତ, ଫଣିଭୂଷଣ ମିଶ୍ର, ପ୍ରଶାନ୍ତ କୁମାର ବରାଇ, ସରୋଜ ଦଲପତ, ପାର୍ଥସାରଥି ମିଶ୍ର, ସୁନୀଲ ଦାଶ, ସୁରେଶ ଦାଶ, ଲକ୍ଷ୍ମୀ ନାରାୟଣ ପଟେଲ, ଦୁର୍ଗା ପଟେଲ, ଅମୂଲ୍ୟ ପଟେଲ, ସମୀର ରଞ୍ଜନ ବାବୁ, ବାଲଗୋପାଳ ନନ୍ଦ, ଅବିନାଶ ମିଶ୍ର, ପ୍ରଭୁଦତ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

five + thirteen =