ଅଙ୍ଗନୱାଡି ଦିଦିଙ୍କ ଦବଙ୍ଗଗିରି, ଛତୁଆ ଓ ଅଣ୍ଡା ମାଗିବାରୁ ହିତାଧିକାରୀଙ୍କୁ ପିଟିଲେ

0 141

ଗୋଳାମୁଣ୍ଡା:ଗୋଳାମୁଣ୍ଡା ବ୍ଲକ ଖଳିଆକାନି ପଞ୍ଚାୟତ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ମାୟାବତୀ ବଞ୍ଜରାଙ୍କ ନାମରେ ଏକ ସାଙ୍ଘାତିକ ଅଭିଯୋଗ ଆସିଛି । ଅଭିଯୋଗ କାରୀ ହେଉଛନ୍ତି ଖଳିଆକାନି ଗ୍ରାମର ଘରମଣି ନାଏକ । ସୂଚନାରୁ ପ୍ରକାଶ ଯେ ଘରମଣିଙ୍କ ବୋହୁ ସସ୍ମିତା ନାଏକଙ୍କ ବଡ଼ ଝିଅ ଯସ୍ମୀନ ନାଏକ ବୟସ (୩) ତାଙ୍କର ଛତୁଆ ଆସିଥିଲା ହେଲେ ଜ୍ୱର ହେବାରୁ ତାଙ୍କର ଶାଶୁ ଗତ ଶୁକ୍ରବାର ଦିନ ଛତୁଆ ଆଣିବାକୁ ଗଲେ । ଛତୁଆ ଗ୍ରହଣ କରି ଏ ମାସର ଅଣ୍ଡା ଦେବାକୁ କହିଲେ ହେଲେ ଆସନ୍ତା କାଲି ଅଣ୍ଡା ଦିଆଯିବ ବୋଲି ଅଙ୍ଗନୱାଡ଼ି କହିବା ପରେ ସେ ଘରକୁ ଫେରି ଆସିଥିଲେ । ଗତକାଲି ଶନିବାର ଦିନ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକା ଅଣ୍ଡା ନେବାକୁ ହିତାଧିକାରୀ ମାନଙ୍କୁ ଡାକିଥିଲେ । ମାସକରେ୧୨ଟି ଅଣ୍ଡା ବଦଳରେ ୩ ଅଣ୍ଡା ଦେବାରୁ ହିତାଧିକାରୀଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଥିଲା । ଅଙ୍ଗନୱାଡ଼ି ଗାଁରେ ମୋ ବିରୁଦ୍ଧରେ ଅପମାନ କରୁଛି କହି ଘରମଣି ନାଏକଙ୍କ ଘରକୁ ଯାଇ ଝଗଡା କରିଥିଲେ ଯାହା ପରିବାର ପକ୍ଷରୁ କୁହାଯାଇଛି । ଘରମଣୀଙ୍କ ବିବାହିତ ଝିଅ ଗତକିଛି ଦିନତଳେ ନିଜର ମା ଘରକୁ ଆସିଛି ତାଙ୍କର ସମ୍ମୁଖରେ ଅଙ୍ଗନୱାଡ଼ି ଘରକୁ ଆସି ଘରମଣୀଙ୍କ ଡେଣାଧରି ଠେଲି ଦେଇଥିବା ସତ୍ୟତା ବୋଲି ସେ ପ୍ରକାଶ କରିଛନ୍ତି । ଜଣେ ଅଙ୍ଗନୱାଡ଼ି କାହାର ଇଙ୍ଗିତରେ ଶକ୍ତି ପାଇ ହିତାଧିକାରୀଙ୍କ ଘରକୁ ଯାଇ ଝଗଡା କରିବା ଏ ନେଇ ଖାଲିଆକାନି ପଞ୍ଚାୟତର ନାଏବ ସରପଞ୍ଚ କ୍ଷୋଭ ପ୍ରକାଶ କରିବା ସହ ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ଅଙ୍ଗନୱାଡ଼ି କର୍ମୀଙ୍କ ଅସଦାଚରଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏ ନେଇ ଘରମଣି ନାଏକ ଗୋଳାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ଘଟଣାକୁ ନେଇ ଅଙ୍ଗନୱାଡିଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ହେଲେ ଫୋନ ଉଠାଇଲେ ନାହିଁ । ପୁନର୍ବାର ଆଜି ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରତିକ୍ରିୟା ମାଗିବାପରେ ନିଜ ଭୁଲ ନ ଥିବା ଦର୍ଶାଉ ଥିବା ବେଳେ ଗାଁର ତିନି ୱାର୍ଡର ଅଧିକାଂଶ ଜନସାଧାରଣ ଅଣ୍ଡା ଛତୁଆ ଦେଇ ନାହାନ୍ତି ବୋଲି ଅଭିଯୋଗ କରିଥିଲେ । ପରେ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା । ମାଡ଼ପିଟ ଘଟଣା ପୋଲିସ ବୁଝିବ ଛତୁଆ ଓ ଅଣ୍ଡା ବାବଦରେ ମୁଁ ବୁଝିବ ବୋଲି ପ୍ରତିକ୍ରିୟା ରଖିଥିଲେ । ଏପରି ଦବଙ୍ଗଗିରି ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠା ନେବା ସହ ଅନ୍ୟତ୍ର ବଦଳି କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

five × two =