ଆକାଂକ୍ଷା ଓ ସିଦ୍ଧାନ୍ତ ଅନୁଷ୍ଠାନ ତରଫରୁ ବିଷୁବ ମିଳନ ପାଳିତ

0 81

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ଓ ସିଦ୍ଧାନ୍ତ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ବିଷୁବ ମିଳନ ୨୦୨୨ ପାଳିତ ହୋଇଯାଇଛି । ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ଐତିହାସିକ ଓ ଗବେଷକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଓ.ଏ.ଏସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିରଣ କୁମାର ମହାନ୍ତି, ସମ୍ମାନିତ ଅତିଥି ଅଧ୍ୟକ୍ଷା ମହିଳା ସ୍ନାତକ ମହାବିଦ୍ୟାଳୟ ଶ୍ରୀମତୀ ଡଃ ରୀନା ସାହୁ ଯୋଗଦେଇ ବିଷୁବ ମିଳନ ଓ ଆଧୁନିକ କବିତାର ସ୍ୱରୁପ ସଂପର୍କରେ ବିଷଦ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ଶ୍ରୀମତି ସବିତା ପଟ୍ଟନାୟକ ଅତିଥିମାନଙ୍କୁ ମଞ୍ଚାସିନ ହେବା ପାଇଁ ସ୍ୱାଗତ ଜଣାଇଥିଲେ । ବି.କୋମଳା ଙ୍ଗି ବନ୍ଦେ ଉତ୍କଳଜନନୀର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଏବଂ ସରିତା ପାଣିଗ୍ରାହୀ ମଞ୍ଚାସିନ ଅତିଥି ମାନଙ୍କ ସଂପର୍କରେ ପରିଚୟ ପ୍ରଦାନ କରିଥିଲେ । ଆକାଂକ୍ଷା ମହିଳା ସଂଗଠନର ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନକରି ବର୍ତ୍ତମାନ ଚାଲିଥିବା କବିତା ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ସମାଜ ସେବକ ତଥା ସେବା ନିବୃତ ବ୍ୟାଙ୍କ ଅଧିକାରୀ ହରିମୋହନ ପଟ୍ଟନାୟକଙ୍କୁ ଆକାଂକ୍ଷା ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ ଓ ସରଳା ପାତ୍ର ପରିଚାଳନା କରିଥିଲେ । ପରବର୍ତ୍ତୀ ସମୟରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ରଙ୍କ ସଂଯୋଜନାରେ କବିତା ଆସରର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଏବଂ ଅନ୍ୟ ଆଚାର୍ଯ୍ୟା ମାନେ ଓ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ତ୍ରିପତି ପଣ୍ଡା, ବିଚିତ୍ରାନନ୍ଦ ବେବର୍ତ୍ତା, ଶରତ ସାହୁ, ମୁରଲୀ ପରିଚ୍ଛା, ବିଷ୍ଣୁ ପଣ୍ଡା, ନିତ୍ୟାନନ୍ଦ ଚୌଧୁରୀ, ନରସିଂହ ଗଉଡ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ସର୍ବଶେଷରେ ସୁନୀତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

13 − 12 =