ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ବୈଠକ

0 125

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ସଭାଗୃହ ଠାରେ ସଭାପତି ଡ. ଜ୍ୟୋତିରଞ୍ଜନ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ସଂଘ ର ବରିଷ୍ଠ ସଭ୍ୟ ବିପିନ ବିହାରୀ ମିଶ୍ର ପ୍ରାକ୍ତନ ଶିକ୍ଷକ ମହାରାଜା ହାଇସ୍କୁଲ ସୋନପୁରଙ୍କ ଅବର୍ତ୍ତମାନରେ ଏକ ଶୋକସଭା ଅନୁଷ୍ଠିତ ହୋଇ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବରିଷ୍ଠ ନାଗରିକ ସଂଘର ଏକ ସ୍ଥାୟୀ ନିଜସ୍ୱ କାର୍ଯ୍ୟାଳୟ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା କରିବାକୁ ପ୍ରସ୍ତାବ ଗୃହିତ କରାଯାଇଛି । ଏହା ସହ ବରିଷ୍ଠ ନାଗରିକମାନଙ୍କ ପାଇଁ ବ୍ୟାଙ୍କ, ଡାକ୍ତରଖାନାରେ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେବାକୁ ସ୍ଥିର କରାଯାଇଛି । ଅବସର ପ୍ରାପ୍ତ କର୍ମଚାରୀମାନଙ୍କୁ ପ୍ରତ୍ୟେକ ମାସର ଶେଷ ଦିନରେ ପେନସନ ଯୋଗାଇବା ପାଇଁ ଦୃଢ ଦାବୀ ଉପସ୍ଥାପନ ମଧ୍ୟ କରାଯାଇଥିଲା । ଶେଷରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ସଭାରେ ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ, ବରିଷ୍ଠ ସଭ୍ୟ ବ୍ୟୋମକେଶ ଦାଶ, ଡା. ସନ୍ତୋଷ କୁମାର ପାଢ଼ୀ, ମନୋରଞ୍ଜନ ବହିଦାର, ସତ୍ୟନାରାୟଣ ମିଶ୍ର ପ୍ରଭୁତି ଅଂଶ ଗ୍ରହଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

fourteen − eleven =